/odishatv-khabar/media/post_attachments/uploadimage/library/16_9/16_9_0/bpd_1626500257.jpg)
baripada
ବାରିପଦା: ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ। ମୟୂରଭଞ୍ଜ ଉଦଳା କପ୍ତିପଦା ଥାନା ମହୁଲଡିହା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ଗୁମୁରୀ ମୁଖାର୍ଜୀ।
Advertisment
ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଗୁମୁରୀ ଓ ତାଙ୍କ ସ୍ୱାମୀ ବିଶ୍ୱଜିତ ମୁଖାର୍ଜୀଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା।
ବିଳମ୍ବିତ ରାତିରେ ଗୁମୁରୀ ଶୋଇଥିବା ବେଳେ ସ୍ୱାମୀ ବିଶ୍ୱଜିତ୍ ଏକ ଲୁହା ରଡରେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।
Advertisment
ଯୌତୁକ ପାଇଁ ଗୁମୁରୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ୨୦୧୬ ମସିହାରେ ଗୁମୁରୀ, ବିଶ୍ୱଜିତ୍ଙ୍କୁ ବିବାହ କରିଥିଲେ। ସେବେଠାରୁ ଯୌତୁକ ପାଇଁ ଗୁମୁରୀଙ୍କୁ ନିର୍ଯ୍ୟାତନା ଦିଆ ଯାଉଥିଲ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ, କପ୍ତିପଦା ଥାନା ପୋଲିସ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚୁରା କରୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)