Advertisment

ବର୍ତ୍ତିଗଲେ ଶହ ଶହ ଯାତ୍ରୀ

କେସିଙ୍ଗା: ଏକ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ (୧୮୪୦୬)। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଶହ ଶହ ଯାତ୍ରୀ। ଗତ ରାତି ପ୍ରାୟ ୧୦ଟା ୫ ମିନିଟ୍‌ରେ ଟିଟିଲାଗଡ଼ ଷ୍ଟେସନ୍‌ରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍‌ର ଇଞ୍ଜିନ ବଦଳ ହୋଇଥିଲା। ଏହାପରେ ବିନା ଇଞ୍ଜିନରେ ୨୨ଟି ବଗି ଗଡିଥିଲା। ଟିଟିଲାଗଡରୁ କେସିଙ୍ଗା ୧୫ କିଲୋମିଟର ଗଡିଥିଲା ଏହି ଟ୍ରେନ। କେସିଙ୍ଗା ନିକଟରେ ବଗି ଗୁଡିକୁ ଅଟକାଯାଇଥିଲା। ବଗି ଗୁଡିକରେ କେତେ ଯାତ୍ରୀ ଥିଲେ, ସେନେଇ ସଠିକ୍ ସୂଚନା ନାହିଁ। […]

author-image
Otv Khabar Bureau
ବର୍ତ୍ତିଗଲେ ଶହ ଶହ ଯାତ୍ରୀ

train

କେସିଙ୍ଗା: ଏକ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ (୧୮୪୦୬)। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଶହ ଶହ ଯାତ୍ରୀ। ଗତ ରାତି ପ୍ରାୟ ୧୦ଟା ୫ ମିନିଟ୍‌ରେ ଟିଟିଲାଗଡ଼ ଷ୍ଟେସନ୍‌ରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍‌ର ଇଞ୍ଜିନ ବଦଳ ହୋଇଥିଲା।

Advertisment

ଏହାପରେ ବିନା ଇଞ୍ଜିନରେ ୨୨ଟି ବଗି ଗଡିଥିଲା। ଟିଟିଲାଗଡରୁ କେସିଙ୍ଗା ୧୫ କିଲୋମିଟର ଗଡିଥିଲା ଏହି ଟ୍ରେନ। କେସିଙ୍ଗା ନିକଟରେ ବଗି ଗୁଡିକୁ ଅଟକାଯାଇଥିଲା। ବଗି ଗୁଡିକରେ କେତେ ଯାତ୍ରୀ ଥିଲେ, ସେନେଇ ସଠିକ୍ ସୂଚନା ନାହିଁ। ତେବେ ୧୫ କିଲୋମିଟର ବିନା ଇଞ୍ଜିନରେ ଗଡିବା ସତ୍ତ୍ୱେ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

କିଭଳି ଏମିତି ଏକ ଅଭାବନୀୟ ଘଟଣା ଘଟିଲା, ତାର ଅନୁଧ୍ୟାନ ପରେ ପ୍ରାଥମିକ ପର୍ଯ୍ୟାୟରେ ଡ୍ୟୁଟିରେ ଅବହେଳା ପାଇଁ ଦୁଇଜଣ କର୍ମଚାରୀ କାନ୍ତା ଖର୍ଭେଲ ଓ ଧର୍ମେନ୍ଦ୍ର ନିହାଲଙ୍କୁ ନିଲମ୍ବିତ କରାଯାଇଛି। ସମ୍ବଲପୁର ଡିଆରଏମ୍ ଜୟଦେବ ଗୁପ୍ତା ଏହି ସୂଚନା ଦେଇଛନ୍ତି। ଦୀର୍ଘ ୨ ଘଣ୍ଟା ପରେ ଆଉ ଏକ ଇଞ୍ଜିନ ଯୋଗେ କେସିଙ୍ଗାରୁ ବଗି ଗୁଡିକ ଫେରିଥିଲା।

Advertisment
Odisha Train Accident Kesinga Puri-Ahmedabad Express Puri-ahmedabad Train Puri-ahmedabad Train Accident
Advertisment
Advertisment