Advertisment

ବଙ୍ଗୋପସାଗରରେ ଆସିବ ଉଚ୍ଚ ଜୁଆର

ଭୁବନେଶ୍ୱର: ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଉଠିବ ଉଚ୍ଚ ଜୁଆର। ପ୍ରାୟ ୨ରୁ ୩ ମିଟର ଉଚ୍ଚର ଜୁଆର ଉଠିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଜୁଆରର ଅଧିକ ପ୍ରଭାବ କେରଳ ଓ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେପଟେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କାଳବୈଶାଖୀ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। […]

author-image
Otv Khabar Bureau
ବଙ୍ଗୋପସାଗରରେ ଆସିବ ଉଚ୍ଚ ଜୁଆର

high wave

ଭୁବନେଶ୍ୱର: ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଉଠିବ ଉଚ୍ଚ ଜୁଆର। ପ୍ରାୟ ୨ରୁ ୩ ମିଟର ଉଚ୍ଚର ଜୁଆର ଉଠିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ତେବେ ଜୁଆରର ଅଧିକ ପ୍ରଭାବ କେରଳ ଓ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ସେପଟେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କାଳବୈଶାଖୀ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି।

Advertisment

ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରାଜ୍ୟର ୬ଟି ଜିଲ୍ଲାକୁ ସତର୍କ ରହିବା ଲାଗି ସୂଚନା ଦିଆଯାଇଛି। ଗତକାଲି ସଂଧ୍ୟାରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍  କମିଶନରଙ୍କ ତରଫରୁ ଏ ନେଇ ନିର୍ଦ୍ଦେଶ ଜାରି ହୋଇଛି।

High Wave High Wave In Sea
Advertisment
Advertisment