Advertisment

ଆକାଶ ଛୁଆଁ ଦେଶୀ ମାଛ ଦର

ବାଲେଶ୍ୱର: ସମୁଦ୍ରରେ ମାଛ ମାରିବା ଉପରେ ଏବେ ୨ ମାସ କଟକଣା ଲାଗିଥିବାରୁ ଏକ ପ୍ରକାର ହାତବାନ୍ଧି ବସିଛନ୍ତି ସମୁଦ୍ର ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ।  ସେପଟେ ବଜାରରେ ଲୁଣିମାଛ ଅଭାବରୁ ଦେଶୀ ମାଛ ଓ ଆନ୍ଧ୍ରା ମାଛର ଚାହିଦା କାହିଁରେ କେତେ। ପ୍ରାୟ ୨ଗୁଣ ଦରରେ ବିକ୍ରି ହେଉଛି ମାଛ। ବାଲେଶ୍ୱର ମାଛ ବଜାରରେ ନିଆଁ।  ପ୍ରାୟ ୨୦-୨୫ ଦିନ ହେବ ଲୁଣି ମାଛ ବଜାରକୁ ଆସୁନଥିବାରୁ ଆକାଶ ଛୁଆଁ ଦେଶୀ ମାଛ ଦର।  ସ୍ଥାନୀୟ […]

author-image
Otv Khabar Bureau
ଆକାଶ ଛୁଆଁ ଦେଶୀ ମାଛ ଦର

fish

ବାଲେଶ୍ୱର: ସମୁଦ୍ରରେ ମାଛ ମାରିବା ଉପରେ ଏବେ ୨ ମାସ କଟକଣା ଲାଗିଥିବାରୁ ଏକ ପ୍ରକାର ହାତବାନ୍ଧି ବସିଛନ୍ତି ସମୁଦ୍ର ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ।  ସେପଟେ ବଜାରରେ ଲୁଣିମାଛ ଅଭାବରୁ ଦେଶୀ ମାଛ ଓ ଆନ୍ଧ୍ରା ମାଛର ଚାହିଦା କାହିଁରେ କେତେ। ପ୍ରାୟ ୨ଗୁଣ ଦରରେ ବିକ୍ରି ହେଉଛି ମାଛ।

Advertisment

ବାଲେଶ୍ୱର ମାଛ ବଜାରରେ ନିଆଁ।  ପ୍ରାୟ ୨୦-୨୫ ଦିନ ହେବ ଲୁଣି ମାଛ ବଜାରକୁ ଆସୁନଥିବାରୁ ଆକାଶ ଛୁଆଁ ଦେଶୀ ମାଛ ଦର।  ସ୍ଥାନୀୟ ପୋଖରୀ ଗାଡ଼ିଆରୁ ଧରା ହେଉଥିବା ଦେଶୀ ମାଛ ଅପେକ୍ଷା ଆନ୍ଧ୍ରରୁ ଆସୁଥିବା ମାଛ ଉପରେ ବେଶୀ ନିର୍ଭର କରୁଛି ମାଛ ବଜାର।  ରୋହି ଭାକୁର କିଲୋ ୨୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଭେକ୍ଟି ମାଛ ୪୦୦।  ତେଣୁ ମାଛ ପ୍ରିୟ ବାଲେଶ୍ୱରବାସୀଙ୍କୁ ଏବେ କିଲେ ବଦଳରେ ଅଢ଼େଇଶ ମାଛରେ ମନ ମାରିବାକୁ ପଡ଼ୁଛି।

ଏପ୍ରିଲ ୧୫ରୁ ଜୁନ୍ ୧୫  ମାଛମାନଙ୍କ ବଂଶବିସ୍ତାର ସମୟ ହୋଇଥିବାରୁ ଏହି ଦୁଇମାସ ସମୁଦ୍ରରୁ ମାଛ ମାରିବା ଉପରେ କଟକଣା ଜାରି କରିଛନ୍ତି ସରକାର। ତେଣୁ କୂଳରେ ପଡ଼ିରହିଛି ମାଛଧରା ଡଙ୍ଗା ଓ ଟ୍ରଲର୍।  ବଜାରକୁ ଯଥେଷ୍ଟ ସମୁଦ୍ର ମାଛ ନ ଆସିବାରୁ ଦେଶୀ ମାଛର ଏତେ ଭାଉ।

Advertisment

ସେପଟେ ପୂର୍ବରୁ ମାଛ ଗଚ୍ଛିତ ରଖିଥିବା ବଡ଼ବଡ଼ ବ୍ୟବସାୟୀମାନେ ଏବେ ତାହାକୁ ବିକି ବେଶ୍ ମୁନାଫା କମାଉଛନ୍ତି।  ତେବେ ପ୍ରତି ମାଛଧରା ବନ୍ଦର ବା ଜେଟି ନିକଟରେ ମାଛ ସଂରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର ଖୋଲାଗଲେ ସାଧାରଣ ମତ୍ସ୍ୟଜୀବୀ ମାନେ ଉପକୃତ ହେବା ସହ ଗ୍ରାହକମାନେ ମଧ୍ୟ ଅପେକ୍ଷାକୃତ ଶସ୍ତାରେ ଲୁଣିମାଛ ପାଇପାରନ୍ତେ ବୋଲି ଟ୍ରଲର୍ ମହାସଂଘ କହିଛି।

Balasore High Price Of Fish
Advertisment
Advertisment