/odishatv-khabar/media/post_attachments/uploadimage/library/16_9/16_9_0/hema_1626502107.jpg)
hema gamang
ଭୁବନେଶ୍ୱର: ବିଜେଡି ଛାଡିଲେ ପୂର୍ବତନ ସାଂସଦ ହେମା ଗମାଙ୍ଗ। ରାୟଗଡ଼ା ଜିଲ୍ଲା ଅନ୍ତଝୋଲିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ଏକଥା ସ୍ପଷ୍ଟ କରିଛନ୍ତି ହେମା।
ଦଳ ଛାଡ଼ିବାକୁ ହେମା ୭ଟି କାରଣ ଦର୍ଶାଇଛନ୍ତି। ସେଥିରୁ କିଛି ପ୍ରମୁଖ ହେଲା, ତାଙ୍କୁ ଦଳରେ ଅଣଦେଖା କରାଯାଉଛି, ସରକାରୀ ଯୋଜନାରେ ବାଟମାରଣା ହେଉଛି, ପିସି କାରବାର ବହୁତ ହେଉଛି, ଆଦିବାସୀଙ୍କ ଜୀବନଶୈଳୀ ଓ ସଂପ୍ରଦାୟକୁ ନେଇ ଦଳର ସାଂସଦଙ୍କ ମନ୍ତବ୍ୟ ଇତ୍ୟାଦି।
ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ସୂଚନା ଦେଇଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ହେମା କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରିନାହାନ୍ତି।
ପୂର୍ବରୁ ହେମା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ଙ୍କ ବିରୋଧରେ ମଧ୍ୟ କଡ଼ା ମନ୍ତବ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀ କିଛି ଜାଣନ୍ତିନି, ପାଣ୍ଡିଆନ ହିଁ ସର୍ବେସର୍ବା, ପାଣ୍ଡିଆନ୍ଙ୍କ ବିନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅସମ୍ଭବ ବୋଲି ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ହେମା। ହେମା ଗମାଙ୍ଗ ଗତ ସାଧାରଣ ନିର୍ବାଚନରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥିନୀ ହୋଇ ପରାଜିତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)