Advertisment

ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୁଣି ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷତଃ ଗତକାଲିଠୁ ରାଜଧାନୀ ସମେତ ଉତ୍ତର ଓଡ଼ିଶାର ବହୁ ଅଞ୍ଚଳରେ ବର୍ଷା ହୋଇଛି। ଯାହା ଆଜି ମଧ୍ୟ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲିଠୁ ସାରା ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବ। ତେବେ କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆଜି […]

author-image
Otv Khabar Bureau
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

rainfall

ଭୁବନେଶ୍ୱର: ପୁଣି ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷତଃ ଗତକାଲିଠୁ ରାଜଧାନୀ ସମେତ ଉତ୍ତର ଓଡ଼ିଶାର ବହୁ ଅଞ୍ଚଳରେ ବର୍ଷା ହୋଇଛି। ଯାହା ଆଜି ମଧ୍ୟ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisment

ଆସନ୍ତାକାଲିଠୁ ସାରା ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବ। ତେବେ କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

ଆଜି ରାଜ୍ୟରେ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୭ଟି ଜିଲ୍ଲା ହେଉଛି- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, କେଉଁଝର ଓ ମୟୂରଭଞ୍ଜ।

Advertisment

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଓ ବିହାରରୁ ଝାଡ଼ଖଣ୍ଡ ଦେଇ ଯାଇଥିବା ଟ୍ରପଲାଇନ୍ ପ୍ରଭାବରେ ମୌସୁମୀ ସକ୍ରିୟ ହେବ ବୋଲି କହିଛି ପାଣିପାଗ ବିଭାଗ।

Advertisment
Advertisment