Advertisment

ଫୁଟୁଛି ପଞ୍ଚିମ ଓଡ଼ିଶା, କିଛି ସ୍ଥାନରେ କାଳବୈଶାଖୀ

ଭୁବନେଶ୍ୱର: ଟକ୍‌ମକ୍‌ ଖରାରେ ଏବେ ଫୁଟୁଛି ସାରା ରାଜ୍ୟ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ପ୍ରାୟ ପ୍ରତିଦିନ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ପରେ ରହୁଛି। ଖରା ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି ତ ଆଉ କିଏ କଳା ଚଷମା ପିନ୍ଧୁଛନ୍ତି। ଆଉ କିଛି ଲୋକ ଟିକେ ଥକା ମେଣ୍ଟାଇବା ପାଇଁ ଲସି, ଆଖୁ ରସ ଦୋକାନରେ ଭିଡ ଲଗାଉଛନ୍ତି। […]

author-image
Otv Khabar Bureau
ଫୁଟୁଛି ପଞ୍ଚିମ ଓଡ଼ିଶା, କିଛି ସ୍ଥାନରେ କାଳବୈଶାଖୀ

heat wave

ଭୁବନେଶ୍ୱର: ଟକ୍‌ମକ୍‌ ଖରାରେ ଏବେ ଫୁଟୁଛି ସାରା ରାଜ୍ୟ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ପ୍ରାୟ ପ୍ରତିଦିନ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ପରେ ରହୁଛି।

Advertisment

ଖରା ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି ତ ଆଉ କିଏ କଳା ଚଷମା ପିନ୍ଧୁଛନ୍ତି। ଆଉ କିଛି ଲୋକ ଟିକେ ଥକା ମେଣ୍ଟାଇବା ପାଇଁ ଲସି, ଆଖୁ ରସ ଦୋକାନରେ ଭିଡ ଲଗାଉଛନ୍ତି। ଟିଟିଲାଗଡ଼ ସହରରେ ପ୍ରତିଦିନ ୪୦ ଡିଗ୍ରୀ ଉପରେ ରହୁଛି ତାପମାତ୍ରା। ସହରରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ୍ ଓ ପାନୀୟ ଜଳ ସଙ୍କଟ ଜନଜୀବନକୁ ପ୍ରଭାବିତ କରୁଛି।

ସେହିପରି ପଶ୍ଚିମ ଓଡ଼ିଶାର ଆଉ ଏକ ସହର ସମ୍ବଲପୁର। ଏଠି ବି ମୁଣ୍ଡଫଟା ଖରାରେ ଅସ୍ତବ୍ୟସ୍ତ ଜୀବନଯାତ୍ରା। ଅନ୍ୟପଟେ ସହରରେ ଥିବା ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ଓ ଅମୃତଧାରା ଯୋଜନାରେ ଥଣ୍ଡା ପାଣି ଯୋଗାଣ ପ୍ରକଳ୍ପ ଖରାପ ହୋଇ ପଡିଥିବାରୁ ପାଣି ବାହାରୁନାହିଁ। ସୁବର୍ଣ୍ଣପୁର ମଧ୍ୟ ସମଗ୍ର ରାଜ୍ୟରେ ଏକ ଉତ୍ତପ୍ତ ଅଞ୍ଚଳ ଭାବେ ଜଣାଶୁଣା। ସକାଳ ୯ଟା ପରେ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି।

Advertisment

ସେପଟେ ଗତ କିଛି ଦିନ ଧରି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେଉଛି। ଦିନରେ ଡହଡହ ଖରା ହେଉଥିବା ବେଳେ ସନ୍ଧ୍ୟାରେ ଆସୁଛି କାଳବୈଶାଖୀ। ଆହୁରି କିଛି ଦିନ ଏଭଳି ପାଗ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Heat Wave Conditions In Odisha Odisha Heat Wave
Advertisment
Advertisment