Advertisment

କେନ୍ଦୁଝରରେ କାଶ୍ମୀରର ଭ୍ରମ

କେନ୍ଦୁଝର : କେନ୍ଦୁଝରରେ କାଶ୍ମୀରର ଭ୍ରମ। ପ୍ରବଳ କୁଆପଥର ମାଡ ହେବା ପରେ ଆଜି କେନ୍ଦୁଝର ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। କାଳବୈଶାଖୀ ପ୍ରଭାବରେ ଆଜି କେନ୍ଦୁଝର ସହରର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟି ହୋଇଥିଲା। ବର୍ଷା ସାଙ୍ଗକୁ କୁଆପଥର ମାଡ ବ୍ୟାପକ କ୍ଷୟକ୍ଷତି କରିଥିଲା। ଏପରିକି ଲୋକଙ୍କ ଛପର ମଧ୍ୟ ଉଡାଇଦେବା ସହ ଗଛ ମଧ୍ୟ ଭାଙ୍ଗିଯାଇଥିଲା। ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ଏହି ବର୍ଷା ସାଙ୍ଗକୁ […]

author-image
Otv Khabar Bureau
କେନ୍ଦୁଝରରେ କାଶ୍ମୀରର ଭ୍ରମ

photo

କେନ୍ଦୁଝର : କେନ୍ଦୁଝରରେ କାଶ୍ମୀରର ଭ୍ରମ। ପ୍ରବଳ କୁଆପଥର ମାଡ ହେବା ପରେ ଆଜି କେନ୍ଦୁଝର ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। କାଳବୈଶାଖୀ ପ୍ରଭାବରେ ଆଜି କେନ୍ଦୁଝର ସହରର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟି ହୋଇଥିଲା। ବର୍ଷା ସାଙ୍ଗକୁ କୁଆପଥର ମାଡ ବ୍ୟାପକ କ୍ଷୟକ୍ଷତି କରିଥିଲା। ଏପରିକି ଲୋକଙ୍କ ଛପର ମଧ୍ୟ ଉଡାଇଦେବା ସହ ଗଛ ମଧ୍ୟ ଭାଙ୍ଗିଯାଇଥିଲା। ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ଏହି ବର୍ଷା ସାଙ୍ଗକୁ ପ୍ରବଳ କୁଆପଥର ମାଡ ହୋଇଥିଲା।

Advertisment

publive-imageରାସ୍ତାଘାଟରୁ ଆରମ୍ଭ  କରି ବିଲ, ବାଡି ଓ ପଡିଆରେ ପ୍ରବଳ କୁଆପଥର ଜମା ହୋଇଥିଲା। ଘନ କୁଆପଥର ଆସ୍ତରଣ ତୁଷାରପାତର ଭ୍ରମ ସୃଷ୍ଟି କରିଥିଲା। ବିଶେଷ କରି ସହରର ମେଡିକାଲ ଓ ଏହାର ଆଖାପାଖ ଅଞ୍ଚଳ, ଠାକୁର ପାଟଣା, ପୁରୁଣା ବଜାର ଆଦି ସ୍ଥାନରେ ବହୁ ମାତ୍ରା କୁଆପଥର ଜମା ହୋଇଥିବା ଦେଖିବାକୁ ମିଳିଥିଲା।

ତେବେ  ବର୍ଷା ଛାଡିବା ପରେ କୁଆପଥରର ମଜା ଉଠାଇଥିଲେ ଲୋକେ। ସେପଟେ ଏହି କୁଆପଥର ମାଡରେ ଲୋକଙ୍କ ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତୁ ହୋଇଥିବା ସୂଚନା ମିଳିଛି। ଏଭଳି ପରିମାଣରେ କୁଆପଥର ବୃଷ୍ଟି ପୂର୍ବରୁ କେବେ ହୋଇନଥିବା ସ୍ଥାନୀୟ ଅଞ୍ଚଳ ଲୋକେ କହିଛନ୍ତି।

Advertisment

କେନ୍ଦୁଝରର କୁଆପଥର ବୃଷ୍ଟି ପ୍ରଭାବ ଦେଖନ୍ତୁ ଏହି ଭିଡ଼ିଓରେ -

Keonjhar Thunderstorm Hailstone
Advertisment
Advertisment