/odishatv-khabar/media/post_attachments/uploadimage/library/16_9/16_9_0/encounter_1626434602.jpg)
encounter
ଶ୍ରୀନଗର: ଜାମ୍ମୁ କାଶ୍ମୀର ସୋପିଆନ୍ରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଛି। ଏଥିରେ ଲସ୍କର-ଇ-ତୋଇବାର ମୋଷ୍ଟ ୱାଣ୍ଟେଡ୍ ଟପ୍ କମାଣ୍ଡର ସମେତ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ୪ଜଣ ଯବାନ ମଧ୍ୟ ଏଥିରେ ଆହତ ହୋଇଛନ୍ତି।
ପ୍ରଥମେ ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀମାନେ ଘନ ଘନ ହମ୍ଲା କରିଥିଲେ। ଏହାପରେ ଯବାନମାନେ ସର୍ଚ୍ଚ ଅପରେସନ୍ କରି ସୋପିଆନ୍ ଓ ଅନନ୍ତନାଗରେ ଭିନ୍ନ ଭିନ୍ନ ସ୍ଥାନରେ ଏନ୍କାଉଣ୍ଟର କରିଥିଲେ।
ଏଥିରେ ୭ ଆତଙ୍କବାଦୀ ସୋପିଆନ୍ରେ ନିହତ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ଅନନ୍ତନାଗ ଜିଲ୍ଲାରେ ନିହତ ହୋଇଛି। ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ବନିହାଲ ଓ ଶ୍ରୀନଗର ମଧ୍ୟରେ ରେଳ ସେବାକୁ ବନ୍ଦ ରଖାଯାଇଛି। ଇଣ୍ଟରନେଟ୍ ସେବାକୁ ମଧ୍ୟ ଦକ୍ଷିଣ କାଶ୍ମୀରର କିଛି ସ୍ଥାନରେ ବନ୍ଦ ରଖାଯାଇଛି।
ଗତ ତିନି ଦିନ ଧରି ଆତଙ୍କବାଦୀଙ୍କ ପକ୍ଷରୁ ସିରିଜ୍ ହମ୍ଲା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଅପରେସନ୍ ଚାଲିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)