Advertisment

ଜଙ୍ଗଲରୁ ସରକାରୀ ଅଧିକାରୀଙ୍କ ଅର୍ଦ୍ଧ ଦଗ୍ଧ ଶରୀର ଉଦ୍ଧାର: ହତ୍ୟା ସନ୍ଦେହ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଚାଞ୍ଚଲ୍ୟ। ଜଙ୍ଗଲ ଭିତରେ Cluster Resource Coordinator (ସିଆରସି)ଙ୍କୁ ପୋଡ଼ି ହତ୍ୟା ସନ୍ଦେହ। ବୋରିଗୁମା ଥାନା ଡାଙ୍ଗରା ନିକଟ ଜଙ୍ଗଲରୁ ସିଆରସିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ସିଆରସିଙ୍କ ପରିଚୟ ମିଳିଛି। ସେ ହେଲେ ଆମ୍ବାଗୁଡ଼ାର ସନ୍ଦୀପ ସିଲ୍। ସନ୍ଦୀପ ଗତକାଲିଠୁ ନିଖୋଜ ଥିଲେ। ତାଙ୍କ ପରିବାର ଲୋକେ କହିଛନ୍ତି ତାଙ୍କ ମୃତଦେହ ପାଖରେ ଏକ ବାଇକ୍ ପଡିଛି। ତେଣୁ କେହି ଡକାଇ ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ କରାଯାଉଛି। […]

author-image
Otv Khabar Bureau
ଜଙ୍ଗଲରୁ ସରକାରୀ ଅଧିକାରୀଙ୍କ ଅର୍ଦ୍ଧ ଦଗ୍ଧ ଶରୀର ଉଦ୍ଧାର: ହତ୍ୟା ସନ୍ଦେହ

govt official

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଚାଞ୍ଚଲ୍ୟ। ଜଙ୍ଗଲ ଭିତରେ Cluster Resource Coordinator (ସିଆରସି)ଙ୍କୁ ପୋଡ଼ି ହତ୍ୟା ସନ୍ଦେହ।

Advertisment

ବୋରିଗୁମା ଥାନା ଡାଙ୍ଗରା ନିକଟ ଜଙ୍ଗଲରୁ ସିଆରସିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ସିଆରସିଙ୍କ ପରିଚୟ ମିଳିଛି। ସେ ହେଲେ ଆମ୍ବାଗୁଡ଼ାର ସନ୍ଦୀପ ସିଲ୍।

ସନ୍ଦୀପ ଗତକାଲିଠୁ ନିଖୋଜ ଥିଲେ। ତାଙ୍କ ପରିବାର ଲୋକେ କହିଛନ୍ତି ତାଙ୍କ ମୃତଦେହ ପାଖରେ ଏକ ବାଇକ୍ ପଡିଛି। ତେଣୁ କେହି ଡକାଇ ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ କରାଯାଉଛି।

Advertisment

ତେବେ କିଏ କାହିଁକି ତାଙ୍କୁ ହତ୍ୟା କରିଛନ୍ତି କିମ୍ବା ଏହି ଘଟଣା ପଛରେ ରହସ୍ୟ କଣ ତାହା ଜଣାପଡ଼ିନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍  ଆରମ୍ଭ କରିଛି।

Half-burnt Body Found Half-burnt Body CRC
Advertisment
Advertisment