Advertisment

ଅଭିନବ ଢଙ୍ଗରେ ପାଠପଢ଼ା ପାଇଁ ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକକୁ ଗ୍ଲୋବାଲ୍ ଆୱାର୍ଡ

ବାରିପଦା: କୁନି ପିଲାଙ୍କ ପାଇଁ ପାଠ ଯେ କେବଳ ବହିରେ ନୁହେଁ, ବରଂ ଆମ ପରିବେଶ, ସଂସ୍କୃତି ଆଉ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ମଧ୍ୟ ରହିଛି। ଏହା ପ୍ରମାଣିତ ହୋଇଛି ସ୍ୱଶିକ୍ଷଣ ପରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ। ଏହି କାର୍ଯ୍ୟକ୍ରମ ସଫଳତା ପାଇବା ପରେ ଶିକ୍ଷାକ୍ଷେତ୍ରରେ ଉର୍ତ୍କଷତା ଲାଗି ୫୩ଟି ଦେଶକୁ ପଛରେ ପକାଇ ଅନ୍ତର୍ଜାତୀୟ କମନୱେଲ୍‌ଥରେ ପୁରସ୍କୃତ ହୋଇଛି ମୟୂରଭଞ୍ଜର ଏହି ସ୍ୱତନ୍ତ୍ର ପାଠ୍ୟକ୍ରମ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ର ବର୍ତ୍ତନ ଓ ରାଘପୁର […]

author-image
Otv Khabar Bureau
ଅଭିନବ ଢଙ୍ଗରେ ପାଠପଢ଼ା ପାଇଁ ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକକୁ ଗ୍ଲୋବାଲ୍ ଆୱାର୍ଡ

Global Award

ବାରିପଦା: କୁନି ପିଲାଙ୍କ ପାଇଁ ପାଠ ଯେ କେବଳ ବହିରେ ନୁହେଁ, ବରଂ ଆମ ପରିବେଶ, ସଂସ୍କୃତି ଆଉ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ମଧ୍ୟ ରହିଛି। ଏହା ପ୍ରମାଣିତ ହୋଇଛି ସ୍ୱଶିକ୍ଷଣ ପରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ।

Advertisment

publive-image

ଏହି କାର୍ଯ୍ୟକ୍ରମ ସଫଳତା ପାଇବା ପରେ ଶିକ୍ଷାକ୍ଷେତ୍ରରେ ଉର୍ତ୍କଷତା ଲାଗି ୫୩ଟି ଦେଶକୁ ପଛରେ ପକାଇ ଅନ୍ତର୍ଜାତୀୟ କମନୱେଲ୍‌ଥରେ ପୁରସ୍କୃତ ହୋଇଛି ମୟୂରଭଞ୍ଜର ଏହି ସ୍ୱତନ୍ତ୍ର ପାଠ୍ୟକ୍ରମ।

publive-image

publive-image

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ର ବର୍ତ୍ତନ ଓ ରାଘପୁର ପ୍ରାଥମିକ ବିଦ୍ୟାଳୟରେ ଏହି ନିଆରା ଢଙ୍ଗରେ ପାଠପଢ଼ା ଦେଖିବାକୁ ମିଳିଛି। ନାଚ, ଗୀତ, ଆଉ ତା ସାଙ୍ଗକୁ ହାତ ତିଆରି ରଙ୍ଗ ବେରଙ୍ଗର ଖେଳନା, କାର୍ଡ ବୋର୍ଡ, ଦିଆସିଲି ଖୋଳ ଓ ପ୍ଲାଷ୍ଟିକ ବୋତଲକୁ ପ୍ରଦର୍ଶିତ କରି ପିଲାଙ୍କୁ ଶିକ୍ଷାଦାନ କରିବା ହେଉଛି ପାଠ୍ୟକ୍ରମର ମନ୍ତ୍ର। ତେବେ ଏସବୁ ପାଠ୍ୟ ଉପକରଣ ପାଇଁ ନା ଖର୍ଚ୍ଚ ହୋଇଛି ସ୍ୱତନ୍ତ୍ର ପାଣ୍ଠି ନା ସ୍ୱତନ୍ତ୍ର ସହାୟତା।

Advertisment

publive-image

publive-image

ଚଳିତ ବର୍ଷ ଫିଜି ଦ୍ୱୀପରେ ୫୩ଟି ଦେଶକୁ ନେଇ ଆୟୋଜିତ ଅନ୍ତର୍ଜାତୀୟ କମନୱେଲ୍‌ଥ୍ କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଏହି ସ୍ୱଶିକ୍ଷଣ କାର୍ଯ୍ୟକ୍ରମକୁ ପୁରସ୍କୃତ କରାଯାଇଛି। ରାସଗୋବିନ୍ଦପୁର ବ୍ଲକ ର ଶିକ୍ଷା ଅଧିକାରୀ ରାଜେଶ କୁମାର ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ଅର୍ନ୍ତଜାତୀୟ କମନୱେଲ୍‌ଥ୍ କାର୍ଯ୍ୟକ୍ରମରେ ୫୩ଟି ଦେଶର ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ।

publive-image

publive-image

ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ‘ମୁଁ ବି ପଢ଼ିବି’ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଯେଉଁଥିରେ କି ଶତପ୍ରତିଶତ ପିଲା ସ୍କୁଲକୁ ଆସିବାକୁ ବାଧ୍ୟ ହୋଇଥିଲେ। ତେବେ ପିଲା ସ୍କୁଲକୁ ଆସିଥିଲେ ସତ କିନ୍ତୁ ପାଠରେ ଆଗ୍ରହ ନଥିଲା। ପିଲାଙ୍କୁ ପାଠରେ ଆଗ୍ରହ କରିବା ପାଇଁ ଏହି ସ୍ୱଶିକ୍ଷଣ କାର୍ଯ୍ୟକ୍ରମ। ଏହି ପ୍ରକାର କାର୍ଯ୍ୟକ୍ରମ ଜିଲ୍ଲାର କିଛି ବ୍ଲକରେ କାର୍ଯ୍ୟକାରୀ କରାଯିବା ପରେ ଦେଖା ଯାଇଥିଲା ଯେ ପିଲା ସ୍କୁଲକୁ ଶୀଘ୍ର ଆସୁଛନ୍ତି ଆଉ ଫେରିବାକୁ ବିଳମ୍ବ କରୁଛନ୍ତି।

Odisha Mayurbhanj Rasagovindpur Block Rasagovindpur Block In Mayurbhanj
Advertisment
Advertisment