/odishatv-khabar/media/post_attachments/uploadimage/library/16_9/16_9_0/gas-tanker_1626434711.jpg)
gas tanker
କଟକ: କଟକ ମଧୁପାଟଣା ଛକରେ ଓଲଟିଲା ଗ୍ୟାସ ଟାଙ୍କର। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଆହତ ହୋଇଛନ୍ତି।
Advertisment
ଓଲଟି ପଡ଼ିଥିବା ଟ୍ୟାଙ୍କରରେ ଗ୍ୟାସ୍ ବୋଝେଇ ହୋଇ ରହିଛି। ତେବେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇନାହିଁ। ଟ୍ୟାଙ୍କରଟି ରୋଡ୍ ଡିଭାଇଡର ଭାଙ୍ଗି ପରେ ଓଲଟି ପଡ଼ିଥିଲା। ମଧୁପାଟଣା ଛକ ଓଭରବ୍ରିଜ ପାଖରେ ସ୍ଲୋପ୍ରେ ଏହି ଦୁର୍ଘଟଣା ଘଟିଛି।
ଅଣଓସାରିଆ ରାସ୍ତା ଓ ସ୍ଲୋପ୍ ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ ହୋଇଛି। ମାସେ ଭିତରେ ଏଠାରେ ୩ଟି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)