Advertisment

ଦେଶକୁ ଆସୁଥିବା ୧ ପ୍ରତିଶତ ବିଦେଶୀ ପର୍ଯ୍ୟଟକ ବି ଓଡ଼ିଶା ଆସୁନାହାଁନ୍ତି

ଭୁବନେଶ୍ୱର : ଦେଶକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ଏକ ପ୍ରତିଶତ ପର୍ଯ୍ୟଟକ ମଧ୍ୟ ଓଡ଼ିଶାକୁ ଆସୁନାହାଁନ୍ତି। ୨୦୧୭ରେ ଓଡ଼ିଶାକୁ ମୋଟ୍ ଏକ ଲକ୍ଷ ୧୪ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଯାହା ସମଗ୍ର ଦେଶକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କର ମାତ୍ର ଶୂନ୍ ଦଶମିକ୍ ୯୮ ପ୍ରତିଶତ। ଓଡ଼ିଶା ପର୍ଯ୍ୟଟନକୁ ନେଇ ଯେତେ ପ୍ରକାର ରୋଡ୍ ଶୋ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କଲେ ମଧ୍ୟ ଏହା ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରିପାରୁନାହିଁ। ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟ ଓ […]

author-image
Otv Khabar Bureau
ଦେଶକୁ ଆସୁଥିବା ୧ ପ୍ରତିଶତ ବିଦେଶୀ ପର୍ଯ୍ୟଟକ ବି ଓଡ଼ିଶା ଆସୁନାହାଁନ୍ତି

foreigner

ଭୁବନେଶ୍ୱର : ଦେଶକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ଏକ ପ୍ରତିଶତ ପର୍ଯ୍ୟଟକ ମଧ୍ୟ ଓଡ଼ିଶାକୁ ଆସୁନାହାଁନ୍ତି। ୨୦୧୭ରେ ଓଡ଼ିଶାକୁ ମୋଟ୍ ଏକ ଲକ୍ଷ ୧୪ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଯାହା ସମଗ୍ର ଦେଶକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କର ମାତ୍ର ଶୂନ୍ ଦଶମିକ୍ ୯୮ ପ୍ରତିଶତ।

Advertisment

ଓଡ଼ିଶା ପର୍ଯ୍ୟଟନକୁ ନେଇ ଯେତେ ପ୍ରକାର ରୋଡ୍ ଶୋ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କଲେ ମଧ୍ୟ ଏହା ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରିପାରୁନାହିଁ। ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟ ଓ ପ୍ରଶାନ୍ତ କୁମାର ଜଗଦେବଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା।

ଅବଶ୍ୟ ୨୦୧୦ ତୁଳନାରେ ୨୦୧୭ରେ ରାଜ୍ୟକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି। ୨୦୧୦ମସିହାରେ ଓଡ଼ିଶାକୁ ୫୦ହଜାର ୪୩୨ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୧୭ରେ ଏକ ଲକ୍ଷ ୧୪ଜଣ ପର୍ଯ୍ୟଟକ ଆସିଛନ୍ତି। ପର୍ଯ୍ୟଟକ ବଢ଼ିଛନ୍ତି ସତ କିନ୍ତୁ, ରାଜ୍ୟର ଗ୍ରସ୍ ଷ୍ଟେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ ବା ଜିଏସ୍‌ଡ଼ିପି କମିଛି।

Advertisment

୨୦୧୦ ମସିହାରେ ପର୍ଯ୍ୟଟନକୁ ନେଇ ରାଜ୍ୟର ଜିଏସ୍‌ଡ଼ିପି ୧୩.୪୨ ଥିବାବେଳେ ୨୦୧୭ରେ ଏହା କମି ୧୦.୬୬ରେ ପହଞ୍ଚିଛି।

Odisha Assembly Culture And Tourism Minister Foreign Tourist
Advertisment
Advertisment