Advertisment

ପାରାଦୀପ ବଟନଦୀରେ ମାଛ ମଡ଼କ

ପାରୀଦୀପ: ପାରାଦୀପରେ ମାଛ ମଡ଼କ। ସ୍ଥାନୀୟ ବଟ ନଦୀର ବାଲିଝରା ପଠାରେ ଅସଂଖ୍ୟ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଗତକାଲି ନଦୀରୁ ପ୍ରାୟ ୨ ଟନ୍ ମଲା ମାଛ ସ୍ଥାନୀୟ ଲୋକେ ଗୋଟେଇ ଥିବା ଅଭିଯୋଗ ହୋଇଛି। ତେବେ ମାଛ ମଡ଼କର ସଠିକ୍ କାରଣ ଜଣା ପଡ଼ିନଥିବା ବେଳେ ନଦୀରେ କେହି ବିଷ ପ୍ରୟୋଗ କି ମାଛମରା ଔଷଧ ପକାଇଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ନଦୀରୁ ମାଛ ଚୋରି ହେଉଥିବା ଯୁବ ପରିଷଦ […]

author-image
Otv Khabar Bureau
ପାରାଦୀପ ବଟନଦୀରେ ମାଛ ମଡ଼କ

fish

ପାରୀଦୀପ: ପାରାଦୀପରେ ମାଛ ମଡ଼କ। ସ୍ଥାନୀୟ ବଟ ନଦୀର ବାଲିଝରା ପଠାରେ ଅସଂଖ୍ୟ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଗତକାଲି ନଦୀରୁ ପ୍ରାୟ ୨ ଟନ୍ ମଲା ମାଛ ସ୍ଥାନୀୟ ଲୋକେ ଗୋଟେଇ ଥିବା ଅଭିଯୋଗ ହୋଇଛି।

Advertisment

ତେବେ ମାଛ ମଡ଼କର ସଠିକ୍ କାରଣ ଜଣା ପଡ଼ିନଥିବା ବେଳେ ନଦୀରେ କେହି ବିଷ ପ୍ରୟୋଗ କି ମାଛମରା ଔଷଧ ପକାଇଥିବା ଅଭିଯୋଗ ହୋଇଛି।

କିଛି ଦିନ ତଳେ ନଦୀରୁ ମାଛ ଚୋରି ହେଉଥିବା ଯୁବ ପରିଷଦ ଜାଣିବାକୁ ପାଇଥିଲା। ଏପରିକି କିଛି ଦିନ ତଳେ ଯୁବ ପରିଷଦ ପକ୍ଷରୁ ନଦୀରୁ କିଛି ଜାଲ ମଧ୍ୟ ଜବତ କରାଯାଇଥିଲା। ଏହା ପରେ ଗତକାଲିଠାରୁ ନଦୀରେ ମାଛ ମରୁଥିବା ଦେଖିବାକୁ ମିଳୁଛି।

Advertisment

ଗତ ୨୦୧୬ ମସିହାରେ ମଧ୍ୟ ଏହି ନଦୀରେ ବହୁ ମାଛ ଓ ଅନ୍ୟାନ୍ୟ ଜଳଜୀବ ମରିଥିଲେ।

Paradip Fish Fish Floating On River
Advertisment
Advertisment