/odishatv-khabar/media/post_attachments/uploadimage/library/16_9/16_9_0/stevejobs_1626430823.jpg)
stevejobs
ନୂଆ ଦିଲ୍ଲୀ: ଆପ୍ପଲ୍ କମ୍ପାନୀର ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସ ନିଜର ସକରାତ୍ମକ ମନୋଭାବ ଓ କାର୍ଯ୍ୟ ଦକ୍ଷତାକୁ ନେଇ ଯେତିକି ଚର୍ଚ୍ଚାରେ ଥିଲେ, ଏବେ ମୃତ୍ୟୁ ପରେ ବି ସେ ସେତିକି ଚର୍ଚ୍ଚାରେ। ଦୃଢ ଇଚ୍ଛା ଶକ୍ତି ବଳରେ ଜଣେ ଯେ ଅସମ୍ଭବକୁ ସମ୍ଭବ କରିପାରେ , ତାହାର ଉଦାହରଣ ମଧ୍ୟ ଷ୍ଟିଭ୍ ଜବ୍ସ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୀର୍ଘ ୪୫ ବର୍ଷ ପରେ ଏହି ପ୍ରସିଦ୍ଧ ବ୍ୟକ୍ତିଙ୍କର ଏକ ବାୟୋଡାଟା ୩୨ଲକ୍ଷ ଟଙ୍କାରେ ନିଲାମ ହେବାକୁ ଯାଉଛି। ଏହା ଏବେ ଏକ ରୋଚକ ଖବର ପାଲଟିଛି । ଏ ସିଭିଟି ସେ ନିଜ ଜୀବନର ପ୍ରଥମ ଚାକିରି ପାଇଁ ଆବେଦନ କରିବାକୁ ପ୍ରସ୍ତୁତ କରିଥିଲେ।
Our trio of Steve Jobs items at auction is getting a lot of international attention. Read all about it here: https://t.co/BBAQA8pNHr -- Bidding starts March 8; preview all the items here: https://t.co/ZgwRsYcFqW#RRAuction#SteveJobs#Applepic.twitter.com/Oo11qB0bVy
— RR Auction (@RRAuction) February 23, 2018
ଉଲ୍ଲେଖନୀୟ ଯେ, ଷ୍ଟିଭ୍ ଜବ୍ସ ଏହି ବାୟୋଡାଟାକୁ ୧୯୭୩ ମସିହାରେ ତିଆରି କରିଥିଲେ। ଆପଣ ଭାବୁଥିବେ ତାଙ୍କର ବାୟୋଡାଟାଟି ନିଶ୍ଚୟ ଉଚ୍ଚକୋଟିର ଓ ଉନ୍ନତ ଧରଣର ହୋଇଥିବ। ହେଲେ ତା’ନୁହେଁ। ଜଣେ ସାଧାରଣ ବ୍ୟକ୍ତିଟେ ଯେପରି ବାୟୋଡାଟା ପ୍ରସ୍ତୁତି କଲାବେଳେ ଅନେକ ଭୁଲ୍ ବାହାରିଥାଏ, ଷ୍ଟିଭ୍ ଜବ୍ସ ମଧ୍ୟ ସେୟା କରିଥିଲେ। ଯାହା ତାଙ୍କର ଗୋଟିଏ ପୃଷ୍ଠା ବିଶିଷ୍ଟ ଏହି ବାୟୋଡାଟାଟିରୁ ଦେଖିବାକୁ ମିଳିଛି। ଏଥିରେ ଅନେକ ବନାନ ଆଶୁଦ୍ଧି ସହ ଅନେକ ଭୁଲ୍ ରହିଛି। ବାୟୋଡାଟାରେ ଷ୍ଟିଭ୍ ଜବ୍ସ ‘ଆପ୍ଲିକେଶନ ଲିଷ୍ଟ’ ସ୍ଥାନରେ ‘ନିଜର ନାଁ’ ଲେଖିଛନ୍ତି। ଠିକଣା ମଧ୍ୟ ‘ରିଡ଼ କଲେଜ’ ବୋଲି ଦର୍ଶାଇଛନ୍ତି ସିଭିରେ। ଏହା ସେହି କଲେଜ୍ ଯେଉଁଠି ସେ କିଛି ଦିନ ପାଠ ପଢିଥିଲେ।
ଷ୍ଟିଭ୍ ଜବ୍ସ ନିଜର ଏହି ବାୟୋଡାଟାରେ ‘ଇଲେକ୍ଟ୍ରୋନିକ୍ ଟେକ୍’ ଓ ‘ଡିଜାଇନ୍ ଇଂଜିନିୟର’କୁ ସ୍ପେଶାଲ୍ ଆବିଲିଟି ଭାବେ ଲେଖିଥିଲେ। ଏମିତି ଅନେକ ଭୁଲ୍ ଜବ୍ସଙ୍କ ପ୍ରସ୍ତୁତ ବାୟୋଡାଟାରୁ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ , ଜବ୍ସଙ୍କର ଏହି ପ୍ରଥମ ବାୟୋଡାଟାଟିର ନିଲାମୀ ୮ରୁ୧୫ ମାର୍ଚ୍ଚ ମଧ୍ୟରେ ହେବାକୁ ସ୍ଥିର ହୋଇଛି। ଏହା ସହ ଏହି ନିଲାମୀରେ ତାଙ୍କର ଆହୁରି ଅନେକ ଜିନିଷର ମଧ୍ୟ ନିଲାମ ହେବ।
ଜବ୍ସ ଚାକିରି କରିବାର ୩ ବର୍ଷ ପରେ ନିଜର ଜଣେ ବନ୍ଧୁଙ୍କ ସହ ମିଶି ଆପ୍ପଲ କମ୍ପାନୀ ଗଢିଥିଲେ। ଯାହା ଏବେ ଏକ ପ୍ରମୁଖ କମ୍ପାନୀ ଭାବେ ବିଶ୍ୱରେ ନାଁ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)