Advertisment

ନିଖୋଜ ଛାତ୍ରଙ୍କ ମାଆ ଦେଲେ ଥାନାରେ ଏତଲା

ମାଲକାନଗିରି /ଭୁବନେଶ୍ୱର : କିସ୍‌ରୁ ବଣ୍ଡା ଛାତ୍ର ନିଖୋଜ ଘଟଣାରେ ଥାନାରେ ହେଲା ଏତଲା। ନିଖୋଜ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରାଙ୍କ ମାଆ ବୁଦାଇ ମାନ୍ଦ୍ରା ଆଜି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ବୁଦାଇ ଅଭିଯୋଗ କରିଛନ୍ତି, ୨୦୧୨ ମସିହାରେ କିସ୍ ଶିକ୍ଷାନୁଷ୍ଠାନ ଓ ବଣ୍ଡା ଉନ୍ନୟନ ସଂସ୍ଥା ପାଠ ପଢ଼ାଇବାର ପ୍ରତିଶୃତି ଦେଇ ତାଙ୍କ ସାନ ପୁଅକୁ ନେଇଥିଲେ। ପ୍ରତିବର୍ଷ ଖରା ଛୁଟିରେ ରାମଚନ୍ଦ୍ର ଘରକୁ ଆସୁଥିଲେ ହେଲେ […]

author-image
Otv Khabar Bureau
ନିଖୋଜ ଛାତ୍ରଙ୍କ ମାଆ ଦେଲେ ଥାନାରେ ଏତଲା

bonda

ମାଲକାନଗିରି /ଭୁବନେଶ୍ୱର : କିସ୍‌ରୁ ବଣ୍ଡା ଛାତ୍ର ନିଖୋଜ ଘଟଣାରେ ଥାନାରେ ହେଲା ଏତଲା। ନିଖୋଜ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରାଙ୍କ ମାଆ ବୁଦାଇ ମାନ୍ଦ୍ରା ଆଜି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ବୁଦାଇ ଅଭିଯୋଗ କରିଛନ୍ତି, ୨୦୧୨ ମସିହାରେ କିସ୍ ଶିକ୍ଷାନୁଷ୍ଠାନ ଓ ବଣ୍ଡା ଉନ୍ନୟନ ସଂସ୍ଥା ପାଠ ପଢ଼ାଇବାର ପ୍ରତିଶୃତି ଦେଇ ତାଙ୍କ ସାନ ପୁଅକୁ ନେଇଥିଲେ। ପ୍ରତିବର୍ଷ ଖରା ଛୁଟିରେ ରାମଚନ୍ଦ୍ର ଘରକୁ ଆସୁଥିଲେ ହେଲେ ୨୦୧୫ ମସିହାରେ ନବମ ଶ୍ରେଣୀ ପରୀକ୍ଷା ଦେଇ ଆଉ ଘରକୁ ଫେରିନଥିଲେ।

Advertisment

ରାମ ନିଖୋଜ ହୋଇଯାଇଥିବା ଶୁଣି ବ୍ୟତିବ୍ୟସ୍ତ ହୋଇ ତାଙ୍କ ବଡ଼ ପୁଅ କିସ୍‌କୁ ବୁଝିବା ପାଇଁ ଯାଇଥିଲେ। ହେଲେ ସେ ସେଠାରୁ ନିରାଶ ହୋଇ ଫେରିଥିଲେ। ଏମିତିକି କିସ୍ କର୍ତ୍ତୃପକ୍ଷ ତାଙ୍କ ବଡ଼ ପୁଅଙ୍କୁ କୌଣସି ପ୍ରକାର ସୂଚନା କିମ୍ବା ସହଯୋଗ କରିନଥିବା ଅଭିଯୋଗ କରିଛନ୍ତି ବୁଦାଇ ମାନ୍ଦ୍ରା।

ଏହି ଘଟଣାରେ ଦୁଇ ଦିନ ତଳେ ପ୍ରତିକ୍ରିୟା ରଖି ଶିକ୍ଷାନୁଷ୍ଠାନରୁ ଛାତ୍ର ନିଖୋଜ ଅଭିଯୋଗକୁ ଅସ୍ୱୀକାର କରିଥିଲା କିସ୍।  ଛାତ୍ର ଜଣକ ଖରା ଛୁଟିରେ ଘରକୁ ଯାଇ ପାରିବାରିକ ଝଗଡ଼ା ପରେ କେଉଁ ଚାଲିଯାଇଥିବା କହିଥିଲେ କର୍ତ୍ତୃପକ୍ଷ।

Advertisment
KISS Student Missing Missing Kiss Student
Advertisment
Advertisment