/odishatv-khabar/media/post_attachments/uploadimage/library/16_9/16_9_0/temple_1626505677.jpg)
temple
ବାଲେଶ୍ୱର: ଚାନ୍ଦା ନ ଦେବାରୁ ୫ଟି ପରିବାରକୁ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇ ଦିଆଯାଇଛି। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳର କାଳିକ ଗାଁରେ ଦେଖିବାକୁ ମିଳିଛି।
ଗାଁର ନିର୍ମଳ ମହାପାତ୍ର, ବିମଳ ମହାପାତ୍ର ଓ ସର୍ବେଶ୍ୱର ମହାପାତ୍ର ଏମିତି ୫ଟି ପରିବାରକୁ ମନ୍ଦିର ନ ଯିବାକୁ ଗ୍ରାମ୍ୟ କମିଟି ବାରଣ କରିଥିବା ନେଇ ଅଭିଯୋଗ ହୋଇଛି। ଏମିତିକି ଏହି ୫ଜଣଙ୍କ ନାଁ ମନ୍ଦିର କାନ୍ଥରେ ଲେଖାଯାଇଛି।
ଗାଁ ଚାନ୍ଦା ଦେଇ ନ ଥିବାରୁ ପୂଜା କରିପାରିବନି କହି ପୂଜକ ଫେରାଇ ଦେଇଥିଲେ। ଏଥିସହ ଗ୍ରାମ କମିଟି ସଦସ୍ୟ ପୂଜା ଡାଲା ଫିଙ୍ଗିଦେଇଥିବା ନେଇ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାସନ୍ଦ ପରିବାର।
ବାସନ୍ଦ ହୋଇଥିବା ପରିବାରର ସୂଚନା ଅନୁଯାୟୀ, ଗତ ମାସରେ ଗାଁରେ ପାଟ ପର୍ବ ହୋଇଥିଲା। ଗାଁ କମିଟି ଇଚ୍ଛା ମୁତାବକ ଟଙ୍କା ଦେଇନପାରିବାରୁ ଏହି ପରିବାରଗୁଡିକୁ ବାସନ୍ଦ କରାଯାଇଛି।
ଏପଟେ ଗାଁ ମୁଖିଆ କହିଛନ୍ତି, ପୂଜକଙ୍କୁ ଦରମା ଦେଇ ଗ୍ରାମବାସୀ ରଖିଛନ୍ତି। ତେଣୁ କମିଟି ନିୟମ ନ ମାନିଲେ ଗାଁ କମିଟି ରଖିଥିବା ପୂଜକ ପୂଜା କରିବେନି, ହେଲେ ଅନ୍ୟ ପୂଜକଙ୍କୁ ନେଇ ସମ୍ପୃକ୍ତ ପରିବାର ଠାକୁରଙ୍କୁ ପୂଜା କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)