/odishatv-khabar/media/post_attachments/uploadimage/library/16_9/16_9_0/urvashi_1626434289.jpg)
urvashi
ମୁମ୍ବାଇ: ନକଲି ଆଧାର କାର୍ଡ଼ ବ୍ୟବହାର କରି ହୋଟେଲରେ ରୁମ୍ ବୁକ୍ କରିବା ମହଙ୍ଗା ପଡ଼ିଲା। ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ନାଁରେ ନକଲି ଆଧାର କାର୍ଡ଼ ପ୍ରସ୍ତୁତ କରି ଏକ ପଞ୍ଚ ତାରକା ହୋଟଲରେ ରୁମ୍ ବୁକ୍ କରିବା ନେଇ ଅଭିଯୋଗ ହୋଇଛି।
ଏହି ଘଟଣାରେ ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି।
ତେବେ ଏହି ପୂରା ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଉର୍ବଶୀ କୌଣସି ଏକ ଇଭେଣ୍ଟରେ ଯୋଗଦାନ କରିବା ପାଇଁ ମଙ୍ଗଳବାର ଉକ୍ତ ହୋଟେଲରେ ପହଞ୍ଚିଥିଲେ ଓ ସେଠାରେ ପହଞ୍ଚିବା ପରେ ଜାଣିଥିଲେ ଯେ ତାଙ୍କ ନାଁରେ ହୋଟେଲରେ ଆଗରୁ ରୁମ୍ ବୁକ୍ ହୋଇ ସାରିଛି। ଏହି ଘଟଣାକୁ ନେଇ ହୋଟେଲର ଜଣେ ଷ୍ଟାଫ୍ ତାଙ୍କୁ ଜଣାଇଥିଲେ।
ଏହି ଘଟଣା ସମ୍ପର୍କରେ କନଫର୍ମ ହେବାପାଇଁ ଯେତେବେଳେ ଉର୍ବଶୀ ତାଙ୍କ ସେକ୍ରେଟାରୀଙ୍କୁ ପଚାରିଥିଲେ, ଉତ୍ତରରେ କୌଣସି ରୁମ୍ ବୁକ୍ ହୋଇନଥିବା କଥା ସେ ଅଭିନେତ୍ରୀଙ୍କୁ କହିଥିଲେ। ଯାହାକି ସମସ୍ତଙ୍କୁ ଚକିତ କରିଥିଲା। ଘଟଣାର ତଦନ୍ତ ପରେ ଜଣାପଡ଼ିଥଲା ଯେ, ବ୍ୟକ୍ତି ଜଣକ ଉର୍ବଶୀଙ୍କ ନାଁରେ ନକଲି ଆଧାର କାର୍ଡ଼ ବ୍ୟବହାର କରି ଏହାର ଫାଇଦା ଉଠାଇଛନ୍ତି। ଅନ୍ଲାଇନ୍ରେ ଏହି ରୁମ୍ ବୁକ୍ କରାଯାଇଥିଲା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ଉର୍ବଶୀଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।
ଉର୍ବଶୀ ରଉତେଲା 'ସନମ ରେ', 'କାବିଲ', 'ସିଂହ ସାହେବ ଦି ଗ୍ରେଟ୍' ଓ 'ହେଟ ଷ୍ଟୋରୀ-୪' ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ରିଲିଜ୍ ଅପେକ୍ଷାରେ ଥିବା ‘ରେସ୍-୩’ ରେ ତାଙ୍କୁ ଦେଖିବାକୁ ମିଳିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)