Advertisment

ୟୁଏସ୍ କଂଗ୍ରେସ ସମ୍ମୁଖରେ ହାଜର ହେଲେ ସିଇଓ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ:  ଫେସ୍‌ବୁକ ତଥ୍ୟ ଲିକ୍ ମାମଲାରେ ନିଜ ପକ୍ଷ ରଖିବାକୁ ପ୍ରଥମ ଥର ପାଇଁ ବିଧିବଦ୍ଧ ଭାବେ ୟୁଏସ୍ କଂଗ୍ରେସ୍ ସମ୍ମୁଖରେ ହାଜର ହେଲେ ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ। ୟୁଏସ୍ କଂଗ୍ରେସ ସମ୍ମୁଖରେ ହାଜର ହୋଇ ସେ ନିଜ ଦୋଷ ସ୍ୱୀକାର କରିବା ସହ କହିଥିଲେ ଯେ, ‘‘ମୁଁ ଫେସ୍‌ବୁକ ଆରମ୍ଭ କରିଥିଲି, ତେଣୁ ସେଥିରେ ହୋଇଥିବା ସମସ୍ତ ଭୁଲ୍‌ର ଦାୟିତ୍ୱ ମୁଁ ନେଉଛି।’’  କିଛି ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ଜୁକରବର୍ଗଙ୍କୁ ୟୁଏସ୍ କଂଗ୍ରେସ […]

author-image
Otv Khabar Bureau
ୟୁଏସ୍ କଂଗ୍ରେସ ସମ୍ମୁଖରେ ହାଜର ହେଲେ ସିଇଓ ମାର୍କ ଜୁକରବର୍ଗ

jukerberg

ନୂଆଦିଲ୍ଲୀ:  ଫେସ୍‌ବୁକ ତଥ୍ୟ ଲିକ୍ ମାମଲାରେ ନିଜ ପକ୍ଷ ରଖିବାକୁ ପ୍ରଥମ ଥର ପାଇଁ ବିଧିବଦ୍ଧ ଭାବେ ୟୁଏସ୍ କଂଗ୍ରେସ୍ ସମ୍ମୁଖରେ ହାଜର ହେଲେ ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ। ୟୁଏସ୍ କଂଗ୍ରେସ ସମ୍ମୁଖରେ ହାଜର ହୋଇ ସେ ନିଜ ଦୋଷ ସ୍ୱୀକାର କରିବା ସହ କହିଥିଲେ ଯେ, ‘‘ମୁଁ ଫେସ୍‌ବୁକ ଆରମ୍ଭ କରିଥିଲି, ତେଣୁ ସେଥିରେ ହୋଇଥିବା ସମସ୍ତ ଭୁଲ୍‌ର ଦାୟିତ୍ୱ ମୁଁ ନେଉଛି।’’  କିଛି ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ଜୁକରବର୍ଗଙ୍କୁ ୟୁଏସ୍ କଂଗ୍ରେସ ସଦସ୍ୟଙ୍କ କଡ଼ା ସମାଲୋଚନା ଓ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା।

Advertisment

publive-imageସେ କହିଛନ୍ତି, ‘‘ଏହା ସ୍ପଷ୍ଟ ଯେ ଫେସ୍‌ବୁକ ୟୁଜରଙ୍କ ତଥ୍ୟ ଗୋପନୀୟତା ରକ୍ଷା ପାଇଁ ଆବଶ୍ୟକ ମୁତାବକ ପଦକ୍ଷେପ ନିଆଯାଇ ନଥିଲା।  ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛି। ଭାରତ, ପାକିସ୍ତାନ ଭଳି ବହୁ ଦେଶରେ ଆଗାମୀ ନିର୍ବାଚନ ଯେପରି ସଠିକ୍ ଢଙ୍ଗରେ ହେବ, ସେ ନେଇ ଯଥା ସମ୍ଭବ ପ୍ରୟାସ କରାଯିବ।’’ ୟୁଏସ୍ କଂଗ୍ରେସ ପକ୍ଷରୁ ଫେସବୁକ ସିଇଓଙ୍କୁ ଚେତାବନୀ ଦିଆଯାଇଛି ।

Mark Zuckerberg Facebook CEO
Advertisment
Advertisment