/odishatv-khabar/media/post_attachments/uploadimage/library/16_9/16_9_0/viral_1626503101.jpg)
viral
ଜୟପୁର : କୋରାପୁଟ ଜିଲ୍ଲା ଜୟପୁରରେ ଭାଇରାଲ୍ ହୋଇଛି ବିବାହିତ ଆଦିବାସୀ ମହିଳାଙ୍କର ଅନ୍ତରଙ୍ଗ ଭିଡ଼ିଓ। ଗତ ୨୦ ତାରିଖରେ ବିବାହ ହୋଇଥିବା ଆଦିବାସୀ ମହିଳାଙ୍କ ଭିଡ଼ିଓ ଭାଇରାଲ୍ କରିଛନ୍ତି ପୂର୍ବତନ ପ୍ରେମିକ।
Advertisment
ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ପ୍ରେମିକ ମହିଳାଙ୍କ ସ୍ୱାମୀଙ୍କ ପାଖକୁ ଭିଡ଼ିଓ ପଠାଇଥିଲେ। ବୋରିଗୁମ୍ମା ଅଞ୍ଚଳର ଏକ ଯୁବତୀ ଜୟପୁର ନିକଟରେ ଗତ ୨୦ ତାରିଖରେ ବାହା ହୋଇଥିଲେ। ଗତ କିଛି ଦିନ ତଳେ ଯୁବତୀଙ୍କ ସ୍ୱାମୀଙ୍କୁ ଏକ ଅଜଣା ନମ୍ବରରୁ କିଛି ଭିଡ଼ିଓ ଆସିବାର ସେ ଦେଖିଥିଲେ। ଏହି ଭିଡ଼ିଓ ତାଙ୍କ ସ୍ତ୍ରୀଙ୍କ ସହ ଏକ ଅଜଣା ଯୁବକଙ୍କ ବିବାହ ପୂର୍ବରୁ ପ୍ରସ୍ତୁତ ହୋଇଥିଲା।
ଆଦିବାସୀ ଯୁବତୀଙ୍କ ପୂର୍ବତନ ପ୍ରେମିକ ତାଙ୍କୁ ବଦନାମ୍ କରିବା ପାଇଁ ଏହି ଭିଡ଼ିଓ କରିଥିବା ସନ୍ଦେହ ହୋଇଛି। ମହିଳାଙ୍କ ପରିବାର ତରଫରୁ ଏ ଭାଇରାଲ୍ ଭିଡ଼ିଓକୁ ନେଇ ସଦର ଥାନାରେ ଏକ କେସ୍ ଦିଆଯାଇଛି। ଜଣେ ପୋଲିସ୍ ଅଧିକାରୀ କହିଛନ୍ତି ,ପୋଲିସ୍ ଏହି ଭାଇରାଲ୍ ଭିଡ଼ିଓ ବିଷୟରେ ତଦନ୍ତ ଚଳାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)