/odishatv-khabar/media/post_attachments/uploadimage/library/16_9/16_9_0/jaga-kalia_1626431993.jpg)
jaga-kalia
ଭୁବନେଶ୍ୱର : ଦିଲ୍ଲୀ ଏମ୍ସରୁ ଏବେ ଓଡ଼ିଶା ଫେରିବାକୁ ଚାହୁଁନାହାନ୍ତି ଜଗା କାଳିଆଙ୍କ ବାପା। ଜଗା କାଳିଆଙ୍କ ବାପା ଭୂୟାଁ କହଁର କହିଛନ୍ତି, ଜଗା ଭଲ ଅଛି ଖେଳାଖେଳି, ବୁଲାବୁଲି କରୁଛି। କିଛି ଅସୁବିଧା ନାହିଁ। କିନ୍ତୁ କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଦ୍ଧା କୌଣସି ଆଖିଦୃଶିଆ ଉନ୍ନତି ହୋଇନାହିଁ। ଏବେ ବି ତାକୁ ଖାଦ୍ୟ ନଳୀ ଜରିଆରେ ତରଳ ଖାଦ୍ୟ ଦିଆଯାଉଛି। ଏଭଳି ଅବସ୍ଥାରେ ତାକୁ ସ୍ଥାନାନ୍ତର କଲେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିପାରେ ବୋଲି ଆଶଙ୍କା କରିଛନ୍ତି ଭୂୟାଁ କହଁର।
Advertisment
ଦିଲ୍ଲୀ ଏମ୍ସରୁ ଡିସ୍ଚାର୍ଜ ହେଲେ ଭୁବନେଶ୍ୱର ଏମ୍ସରେ ରଖାଗଲେ ଭଲ ହେବ ବୋଲି ଭୂୟାଁ କହଁର କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)