/odishatv-khabar/media/post_attachments/uploadimage/library/16_9/16_9_0/elephant-33_1626499431.jpg)
elephant killed
ଝାରସୁଗୁଡ଼ା: ଟ୍ରେନରେ କଟିଗଲେ ୪ ହାତୀ। ଝାରସୁଗୁଡ଼ା ବାଗଡିହି ରେଞ୍ଜରେ ଘଟିଛି ଏହି ଦୁର୍ଘଟଣା। ଆଜି ଭୋରରୁ ଚେଲିଡିହି ଫାଟକ ନିକଟରେ ରେଳ ଲାଇନ୍ ଅତିକ୍ରମ ବେଳେ ୪ଟି ହାତୀଙ୍କୁ ଧକ୍କା ଦେଇଥିଲା ଟ୍ରେନ୍।
Advertisment
ଫଳରେ ଘଟଣାସ୍ଥଳରେ ହିଁ ସମସ୍ତ ୪ଟି ହାତୀଙ୍କ ମୃତ୍ୟୁ ହୋଇଛି। ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପରେ କିଛି ସମୟ ପାଇଁ ଏହି ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କିଛି ଟ୍ରେନ୍ ଉଭୟ ଲାଇନରେ ଅଟକି ରହିଥିଲା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି।
ମୃତ ହାତୀଙ୍କ ମଧ୍ୟରେ ଗୋଟିଏ ଦନ୍ତା, ଦୁଇଟି ମାଈ ଏବଂ ଗୋଟିଏ ଛୁଆ ହାତୀ ରହିଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)