/odishatv-khabar/media/post_attachments/uploadimage/library/16_9/16_9_0/elephant-1_1626430311.jpg)
elephant
ତାମିଲନାଡୁ : ଆପଣ ମାଉଥ୍ ଅର୍ଗାନ୍ ବଜାଉଥିବା ଅନେକ କଳାକାରଙ୍କୁ ଦେଖିଥିବେ , ହେଲେ ଏକ ହାତୀ ଯେ ଏଥିରେ ମାହିର୍, କେବେ ଦେଖିଛନ୍ତି ? ଏମିତି ଏକ ଖବର ପ୍ରକାଶ ପାଇଛି ଏନଡି ଟିଭିରେ । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଗୋଟେ ହାତୀ ମାଉଥ୍ ଅର୍ଗାନ୍ ବଜାଇ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।
Advertisment
ସୂଚନା ଅନୁସାରେ , ଅନଦାଲ ନାମକ ଏହି ହାତୀ ନିଜର ଶୁଣ୍ଢରେ ମାଉଥ୍ ଅର୍ଗାନ୍ ଏମିତି ବଜାଉଛି ଯେ ଆପଣ ମଧ୍ୟ ଶୁଣିଲେ ଚକିତ ହୋଇଯିବେ । ଏବେ ସୋସିଆଲ୍ ମିଡିଆ ସାଇଟ୍ ଟ୍ୱିଟରରେ ଅନଦାଲର ଏକ ଭିଡିଓ ଭାଇରାଲ୍ ସାଜିଛି । ଏହି ଭିଡିଓଟି ଟ୍ୱିଟରରେ ପୋଷ୍ଟ ହେବାର ୨ ଘଣ୍ଟା ଭିତରେ ୩୦୦ରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ଏବଂ ୧୩୦ଥର ଏହାକୁ ରିଟ୍ୱିଟ୍ କରାଯାଇଛି ।
ଅନଦାଲ୍ ତାମିଲନାଡୁର ଏକ ମନ୍ଦିରର ହାତୀ ଅଟେ । ଏହି ଭିଡିଓରେ ଆପଣ ଦେଖିପାରିବେ କେମିତି ଭାବେ ଅନଦାଲ୍ ନିଜ ଶୁଣ୍ଢରେ ମାଉଥ୍ ଅର୍ଗାନ୍ ରଖି ବଜାଉଛି । ଆଉ ଏହାର ମଜା ନେଉଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)