Advertisment

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କାଉଁରିଆପାଳ ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସତ୍ୟବତୀ ସ୍ୱାଇଁ। ଆଜି ସକାଳୁ ସତ୍ୟବତୀ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଏକ ହାତୀ ହାବୁଡରେ ପଡିଥିଲେ। ହାତୀଟି ପାଦରେ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ହାତୀଟି ଆଖପାଖ ଅଞ୍ଚଳରେ ବୁଲୁଛି। ତା ଶରୀରର ପଛ ପାଖରେ କ୍ଷତ ଚିହ୍ନ ରହିଛି। ରେଳଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ୍ […]

author-image
Otv Khabar Bureau
ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

elephant

ଢେଙ୍କାନାଳ : ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କାଉଁରିଆପାଳ ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସତ୍ୟବତୀ ସ୍ୱାଇଁ। ଆଜି ସକାଳୁ ସତ୍ୟବତୀ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଏକ ହାତୀ ହାବୁଡରେ ପଡିଥିଲେ।

Advertisment

ହାତୀଟି ପାଦରେ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ହାତୀଟି ଆଖପାଖ ଅଞ୍ଚଳରେ ବୁଲୁଛି। ତା ଶରୀରର ପଛ ପାଖରେ କ୍ଷତ ଚିହ୍ନ ରହିଛି। ରେଳଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ସହ ହାତୀଟି ପିଟି ହୋଇ ତା ଦେହରେ କ୍ଷେତ ହୋଇଥିବା ବନବିଭାଗ ଅନୁମାନ କରୁଛି।

ଗତ ୮ ଦିନ ମଧ୍ୟରେ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ୭ଜଣଙ୍କ ମୃତ୍ୟୁ ହେଲାଣି ବୋଲି ସୂଚନା ମିଳିଛି।

Advertisment
Odisha Dhenkanal Elephant Attack Elderly Woman Trampled To Death Elephant Killed Woman
Advertisment
Advertisment