/odishatv-khabar/media/post_attachments/uploadimage/library/16_9/16_9_0/house_1626499590.jpg)
house
ଅନୁଗୁଳ: ଅନୁଗୁଳରେ ଜଘନ୍ୟ କାଣ୍ଡ। ନାଲକୋ ଥାନା ବଳରାମପ୍ରସାଦ ସ୍ଥିତ ବନବାସପୁରରେ ଘର ସହ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି।
Advertisment
ମୃତ ମହିଳାଙ୍କ ନାଁ ଦ୍ରୌପଦୀ ପ୍ରଧାନ। ସେ ହିନ୍ଦୋଳ ଅଞ୍ଚଳର ହୋଇଥିବା ବେଳେ ବନବାସପୁରରେ ଏକ କୁଡ଼ିଆ ଘରେ ରହି ମୂଲ ଲାଗି ଚଳୁଥିଲେ ବୋଲି ଜଣାପଡ଼ିଛି।
ଗତକାଲି ରାତିରେ ତାଙ୍କ ଘରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଅାଜି ସକାଳୁ ଭସ୍ମୀଭୂତ କୁଡ଼ିଆ ଭିତରୁ ତାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ତେବେ ଜମି ହାତେଇବାକୁ ସମ୍ପର୍କୀୟ ତାଙ୍କୁ ପୋଡ଼ି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
Advertisment
ନାଲ୍କୋ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)