Advertisment

ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ

ନୂଆଦିଲ୍ଲୀ : ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ଦିଲ୍ଲୀ ସମେତ ଗ୍ରେଟର ନୋଏଡ଼ା, ଫରିଦାବାଦ୍, ଖୁରଜା ଅଞ୍ଚଳରେ ମୁଖତଃ ଏହାର ପ୍ରଭାବ ପଡ଼ିଛି। ଫଳରେ ଏସମସ୍ତ ଅଞ୍ଚଳରେ ବର୍ଷା ହୋଇଥିବା ମଧ୍ୟ ରେକର୍ଡ କରିଛି ପାଣିପାଗ ବିଭାଗ। ଘୂର୍ଣ୍ଣିଝଡ଼ ଯୋଗୁଁ ଆଗାମୀ ଦୁଇ ଦିନ ଯାଏ ହରିଆଣାରେ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେହିପରି […]

author-image
Otv Khabar Bureau
ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ   

dust

ନୂଆଦିଲ୍ଲୀ : ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି।

Advertisment

ଦିଲ୍ଲୀ ସମେତ ଗ୍ରେଟର ନୋଏଡ଼ା, ଫରିଦାବାଦ୍, ଖୁରଜା ଅଞ୍ଚଳରେ ମୁଖତଃ ଏହାର ପ୍ରଭାବ ପଡ଼ିଛି। ଫଳରେ ଏସମସ୍ତ ଅଞ୍ଚଳରେ ବର୍ଷା ହୋଇଥିବା ମଧ୍ୟ ରେକର୍ଡ କରିଛି ପାଣିପାଗ ବିଭାଗ। ଘୂର୍ଣ୍ଣିଝଡ଼ ଯୋଗୁଁ ଆଗାମୀ ଦୁଇ ଦିନ ଯାଏ ହରିଆଣାରେ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ସେହିପରି ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ଘୂର୍ଣ୍ଣିଝଡ଼ର ବ୍ୟାପକ ପ୍ରଭାବ ଦେଖାଦେଇଛି। ଗତ ସପ୍ତାହରେ ଉତ୍ତର ଏବଂ ପଶ୍ଚିମ ଭାରତରେ ଅନେକ ଅଞ୍ଚଳରେ ଘୂର୍ଣ୍ଣିଝଡ଼ର ପ୍ରଭାବରେ ୨ ଶହରୁ ଅଧିକ ଲୋକଙ୍କ ଜୀବନ ଯିବା ସହ ବହୁଲୋକ ଗୁରୁତର ଆହତ ହୋଇଥିଲେ।

Advertisment
Dust Storm Weather Alert Rajasthan Delhi Haryana
Advertisment
Advertisment