Advertisment

ରକ୍ତ ଦେଇ ଜୀବନ ବଞ୍ଚାଇଲେ

ଭୁବନେଶ୍ୱର: ସେବାହିଁ ପରମ ଧର୍ମ। ଏଇ କଥାକୁ ଚରିତାର୍ଥ କରିଛି କମିଶନରେଟ ପୋଲିସର ଦୁଇ ଜଣ କର୍ମଚାରୀ। ରୋଗୀଙ୍କ ଚିକିତ୍ସା ପାଇଁ  କର୍ତ୍ତବ୍ୟରତ ଅବସ୍ଥାରେ ରକ୍ତଦାନ କରି ଜଣେ ହାବିଲଦାର ଓ ଜଣେ କନଷ୍ଟେବଳ ଉଦାହରଣ ସୃଷ୍ଟି କରିଛନ୍ତି। ଦୁଇଟି ଭିନ୍ନ ଭିନ୍ନ  ଘଟଣାରେ ଦୁଇ ଜଣ ରୋଗୀଙ୍କୁ  ବିରଳ  O- ରକ୍ତ ଆବଶ୍ୟକ ପଡୁଥିବାବେଳେ ଡୋନରଙ୍କୁ ଖୋଜାପଡିଥିଲା। ଲାଇଫ ଲାଇନ ଚାରିଟେବୁଲ ଟ୍ରଷ୍ଟ ସଂସ୍ଥା ଦୁଇ ରୋଗୀଙ୍କ ପାଇଁ O- ବ୍ଲଡ ଖୋଜୁଥିବାବେଳେ  ଦୁଇ ପୋଲିସ […]

author-image
Otv Khabar Bureau
ରକ୍ତ ଦେଇ ଜୀବନ ବଞ୍ଚାଇଲେ

police official

ଭୁବନେଶ୍ୱର: ସେବାହିଁ ପରମ ଧର୍ମ। ଏଇ କଥାକୁ ଚରିତାର୍ଥ କରିଛି କମିଶନରେଟ ପୋଲିସର ଦୁଇ ଜଣ କର୍ମଚାରୀ। ରୋଗୀଙ୍କ ଚିକିତ୍ସା ପାଇଁ  କର୍ତ୍ତବ୍ୟରତ ଅବସ୍ଥାରେ ରକ୍ତଦାନ କରି ଜଣେ ହାବିଲଦାର ଓ ଜଣେ କନଷ୍ଟେବଳ ଉଦାହରଣ ସୃଷ୍ଟି କରିଛନ୍ତି।

Advertisment

ଦୁଇଟି ଭିନ୍ନ ଭିନ୍ନ  ଘଟଣାରେ ଦୁଇ ଜଣ ରୋଗୀଙ୍କୁ  ବିରଳ  O- ରକ୍ତ ଆବଶ୍ୟକ ପଡୁଥିବାବେଳେ ଡୋନରଙ୍କୁ ଖୋଜାପଡିଥିଲା। ଲାଇଫ ଲାଇନ ଚାରିଟେବୁଲ ଟ୍ରଷ୍ଟ ସଂସ୍ଥା ଦୁଇ ରୋଗୀଙ୍କ ପାଇଁ O- ବ୍ଲଡ ଖୋଜୁଥିବାବେଳେ  ଦୁଇ ପୋଲିସ କର୍ମଚାରୀଙ୍କ  ସଂପର୍କରେ ସୁଚନା ପାଇଥିଲା।

ହାବିଲଦାର ରାଜୀବ ସେନାପତି ଲୋୟର ପିଏମଜିରେ ଡ୍ୟୁଟି କରୁଥିବାବେଳେ , ଟ୍ରାଫିକ କନଷ୍ଟେବଳ ରୋହନ ସ୍ୱାଇଁ ଟ୍ରାଫିକ ଡ୍ୟୁଟିରେ ଥିଲେ। ତେବେ ସୂଚନା ପାଇ ମଧ୍ୟ ବିନା ଅନୁମତିରେ ଡ୍ୟୁଟି ଅଧାରୁ ଯାଇ ରକ୍ତଦାନ ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥିଲା।

Advertisment

ଏଭଳି ସମୟରେ  ସଂପୃକ୍ତ ଏନଜିଓ,  ଭୁବନେଶ୍ୱର ଡିସିପିଙ୍କୁ  ଜରୁରୀକାଳୀନ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ଡିସିପି  ଏସବୁ ଶୁଣିବାପରେ ଦୁଇ ଜଣଙ୍କୁ ରକ୍ତଦାନ କରିବାକୁ ଅନୁମତି ଦେଇଥିଲେ।  ଜଣେ ଥାଲେସେମିଆ ନାବାଳକ ରୋଗୀ ଓ ଅନ୍ୟ ଜଣେ ଆଣ୍ଠୁ ପ୍ରତ୍ୟାରୋପଣ  ରୋଗୀଙ୍କ ପାଇଁ  ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି ।

Odisha Odisha Police Latest Bhubaneswar News
Advertisment
Advertisment