Advertisment

ଉଷ୍ଣପ୍ରସବଣ ତପ୍ତପାଣିର ଅସ୍ତିତ୍ୱ ସଙ୍କଟରେ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଉଷ୍ଣପ୍ରସବଣ ତପ୍ତପାଣି ସଙ୍କଟରେ। ଏଠାରେ ବାହାରୁ ଥିବା ପାଣିର ପରିମାଣ କମି କମି ଆସୁଛି। କିଛି ମାସ ଭିତରେ ପାଣିର ଉଷ୍ଣତା ମଧ୍ୟ କମିଯାଇଛି। ସରକାର ଏ  ଦିଗରେ କିଛି ପଦକ୍ଷେପ ନ ନେଲେ, ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକେ ସଜବାଜ ହେଲେଣି। ଗତ ଡିସେମ୍ବରରେ ନିକଟରେ ଥିବା ହନୁମାନ ମନ୍ଦିରରେ ଏକ ବୋର୍‌ୱେଲ୍‌ ଖୋଲିବା ପରେ ଏହି ଅବସ୍ଥା। ବୋର୍‌ୱେଲ୍‌ରୁ ଗରମ ପାଣି ବାହାରିଥିବାରୁ ଅଭିଯୋଗ ପରେ ପ୍ରଶାସନ ତାକୁ […]

author-image
Otv Khabar Bureau
ଉଷ୍ଣପ୍ରସବଣ ତପ୍ତପାଣିର ଅସ୍ତିତ୍ୱ ସଙ୍କଟରେ

taptapani

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଉଷ୍ଣପ୍ରସବଣ ତପ୍ତପାଣି ସଙ୍କଟରେ। ଏଠାରେ ବାହାରୁ ଥିବା ପାଣିର ପରିମାଣ କମି କମି ଆସୁଛି। କିଛି ମାସ ଭିତରେ ପାଣିର ଉଷ୍ଣତା ମଧ୍ୟ କମିଯାଇଛି। ସରକାର ଏ  ଦିଗରେ କିଛି ପଦକ୍ଷେପ ନ ନେଲେ, ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକେ ସଜବାଜ ହେଲେଣି।

Advertisment

ଗତ ଡିସେମ୍ବରରେ ନିକଟରେ ଥିବା ହନୁମାନ ମନ୍ଦିରରେ ଏକ ବୋର୍‌ୱେଲ୍‌ ଖୋଲିବା ପରେ ଏହି ଅବସ୍ଥା। ବୋର୍‌ୱେଲ୍‌ରୁ ଗରମ ପାଣି ବାହାରିଥିବାରୁ ଅଭିଯୋଗ ପରେ ପ୍ରଶାସନ ତାକୁ ବନ୍ଦ କରିଦେଇଥିଲା।  ସେହି ଦିନଠାରୁ ଉଷ୍ଣପ୍ରସବଣର ପାଣିସ୍ରୋତ କମିବାରେ ଲାଗିଛି। ଏନେଇ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି।

ତପ୍ତପାଣି ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର।  ଏହାର ମୁଖ୍ୟସ୍ରୋତରୁ ପାଣିର ପରିମାଣ ଓ ଉଷ୍ଣତା ହ୍ରାସ ପାଉଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବି କମି କମି ଆସୁଛି। ଅନ୍ୟପକ୍ଷରେ ଏ ସଂପର୍କରେ ଉପଜିଲ୍ଲାପାଳ କହିଛନ୍ତି, ଏହାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।

Advertisment
Ganjam Taptapani Hot Water Spring
Advertisment
Advertisment