Advertisment

ଜୀବନ୍ତ ଡଲଫିନ୍ ଉଦ୍ଧାର, ଦେଖନ୍ତୁ ଭିଡ଼ିଓ

ପୁରୀ: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ଼୍‌ର ବେଲେଶ୍ୱର ନିକଟରେ ସମୁଦ୍ରରୁ ଏକ ଜୀବନ୍ତ ଡଲଫିନ୍ ଉଦ୍ଧାର କରାଯାଇଛି। ସମୁଦ୍ର କୂଳକୁ ଡଲଫିନ୍‌ଟି ଭାସି ଆସିଥିବାବେଳେ ସ୍ଥାନୀୟ ଯୁବକମାନେ ଏହାକୁ ଉଦ୍ଧାର କରି ପୁଣିଥରେ ସମୁଦ୍ରରେ ଛାଡି ଦେଇଛନ୍ତି। ତେବେ ବାରମ୍ବାର ସମୁଦ୍ର ଭିତରକୁ ଛାଡିଥିଲେବି ବଡ ବଡ ଲହଡି ଯୋଗୁ ଡଲଫିନ୍ ଟି ସମୁଦ୍ର ଭିତରକୁ ଯାଇପାରିନଥିଲା। ଏନେଇ ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉକ୍ତ ଡଲଫିନ୍‌ଟି ବଟଲନୋଜ୍ ପ୍ରଜାତିର ବୋଲି ପୁରୀ […]

author-image
Otv Khabar Bureau
ଜୀବନ୍ତ ଡଲଫିନ୍ ଉଦ୍ଧାର, ଦେଖନ୍ତୁ ଭିଡ଼ିଓ

dolphin

ପୁରୀ: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ଼୍‌ର ବେଲେଶ୍ୱର ନିକଟରେ ସମୁଦ୍ରରୁ ଏକ ଜୀବନ୍ତ ଡଲଫିନ୍ ଉଦ୍ଧାର କରାଯାଇଛି। ସମୁଦ୍ର କୂଳକୁ ଡଲଫିନ୍‌ଟି ଭାସି ଆସିଥିବାବେଳେ ସ୍ଥାନୀୟ ଯୁବକମାନେ ଏହାକୁ ଉଦ୍ଧାର କରି ପୁଣିଥରେ ସମୁଦ୍ରରେ ଛାଡି ଦେଇଛନ୍ତି।

Advertisment

ତେବେ ବାରମ୍ବାର ସମୁଦ୍ର ଭିତରକୁ ଛାଡିଥିଲେବି ବଡ ବଡ ଲହଡି ଯୋଗୁ ଡଲଫିନ୍ ଟି ସମୁଦ୍ର ଭିତରକୁ ଯାଇପାରିନଥିଲା। ଏନେଇ ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଉକ୍ତ ଡଲଫିନ୍‌ଟି ବଟଲନୋଜ୍ ପ୍ରଜାତିର ବୋଲି ପୁରୀ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରବଳ ଜୁଆର ପ୍ରଭାବରେ ଡଲଫିନ୍‌ଟି ଦଳରୁ ବାହାରି କୂଳ ଆଡକୁ ଚାଲିଆସିଥିବା ଅନୁମାନ କରାଯାଉଛି।

Advertisment
Dolphin
Advertisment
Advertisment