Advertisment

ନିର୍ମାଣାଧୀନ ବମିଖାଲ ଓଭର ବ୍ରିଜ୍‌ ଦୁର୍ଘଟଣାକୁ ନେଇ ତୃତୀୟ ମହଲାକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ନିର୍ମାଣାଧୀନ ବମିଖାଲ ଓଭର ବ୍ରିଜ୍‌ ଦୁର୍ଘଟଣାସ୍ଥଳ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସେ ଘଟଣାସ୍ଥଳକୁ ଯାଇ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କଠାରୁ ପଚାରି ବୁଝିଥିଲେ। ଏହି ଘଟଣାରେ ଧର୍ମେନ୍ଦ୍ର ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ରାଜଧାନୀରେ ବାରମ୍ବାର ଦୁର୍ଘଟଣା ପରେ ବି ସରକାରଙ୍କ ନିଦ ଭାଙ୍ଗୁନି, ଅନଭିଜ୍ଞ ଠିକାଦାର ଓ ଠିକାଦାରୀ ସଂସ୍ଥାକୁ ପୁନଃ ନିଯୁକ୍ତି ଦିଆଯିବା ନେଇ ପ୍ରଶ୍ନ ଉଠାଇ ସେ ସଚିବାଳୟ ତୃତୀୟ ମହଲାକୁ ମଧ୍ୟ ଟାର୍ଗେଟ୍ […]

author-image
Otv Khabar Bureau
ନିର୍ମାଣାଧୀନ ବମିଖାଲ ଓଭର ବ୍ରିଜ୍‌ ଦୁର୍ଘଟଣାକୁ ନେଇ ତୃତୀୟ ମହଲାକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

dharmendra

ଭୁବନେଶ୍ୱର: ନିର୍ମାଣାଧୀନ ବମିଖାଲ ଓଭର ବ୍ରିଜ୍‌ ଦୁର୍ଘଟଣାସ୍ଥଳ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସେ ଘଟଣାସ୍ଥଳକୁ ଯାଇ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କଠାରୁ ପଚାରି ବୁଝିଥିଲେ।

Advertisment

ଏହି ଘଟଣାରେ ଧର୍ମେନ୍ଦ୍ର ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ରାଜଧାନୀରେ ବାରମ୍ବାର ଦୁର୍ଘଟଣା ପରେ ବି ସରକାରଙ୍କ ନିଦ ଭାଙ୍ଗୁନି, ଅନଭିଜ୍ଞ ଠିକାଦାର ଓ ଠିକାଦାରୀ ସଂସ୍ଥାକୁ ପୁନଃ ନିଯୁକ୍ତି ଦିଆଯିବା ନେଇ ପ୍ରଶ୍ନ ଉଠାଇ ସେ ସଚିବାଳୟ ତୃତୀୟ ମହଲାକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି।

Advertisment

ଯେଉଁମାନେ ଏଭଳି ଦୁର୍ଘଟଣା ପଛରେ ଅଛନ୍ତି ସେମାନଙ୍କୁ ବାହାରକରି ଉପଯୁକ୍ତ ଦଣ୍ଡ ଦେବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ। ସେପଟେ ଧର୍ମେନ୍ଦ୍ରଙ୍କ ଅଭିଯୋଗ ନେଇ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳି ନାହିଁ।

Dharmendra Pradhan
Advertisment
Advertisment