/odishatv-khabar/media/post_attachments/uploadimage/library/16_9/16_9_0/puri-mahaprasad_1626500034.jpg)
puri mahaprasad
ପୁରୀ : ୪ ଦିନର ବ୍ୟତିକ୍ରମ ଆଉ ବିଭ୍ରାଟର ଅନ୍ତ ଘଟିଛି। ବାହାରିଛି ମହାପ୍ରଭୁଙ୍କ ମହାପ୍ରସାଦ। ମହ ମହ ବାସୁଛି ଏବେ ରୋଷଶାଳା, ଆନନ୍ଦବଜାର, ବାଇଶିପାହାଚ ସବୁକିଛି। କାଳିଆ ସାଆନ୍ତ ବି ଆଶ୍ୱସ୍ଥ। ମହାପ୍ରସାଦ ଟିକିଏ ପାଇ ଭକ୍ତ ବି ଭାବବିହ୍ୱଳ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ କଡ଼ା ତାଗିଦ୍ ପରେ ଆଜି ଶୃଙ୍ଖଳିତ ହୋଇଥିଲା ନୀତିକାନ୍ତି। ଏହାପରେ ଦିନ ୧୨ଟା ୩୦ ମିନିଟ୍ରେ ଭୋଗମଣ୍ଡପ ଉଠିବା ସହ ବାହାରିଥିଲା ମହାପ୍ରସାଦ।
ଗତ ୧୬ ତାରିଖରେ ନୀତିକାନ୍ତିରେ ବିଳମ୍ବ ଓ ସୁଆର ସେବାୟତଙ୍କ ଧାରଣା ଯୋଗୁଁ ବାହାରିପାରିନଥିଲା ମହାପ୍ରସାଦ। ଲକ୍ଷ ଲକ୍ଷ ଟଙ୍କାର ଅବଢ଼ା ନଷ୍ଟ ହେବାରୁ କ୍ଷତିପୂରଣ ଦାବିରେ ଅଡ଼ିବସିଥିଲେ ସୁଆର ସେବାୟତ। ଏଭଳି ବିଭ୍ରାଟକୁ ନେଇ ବିଧାନସଭାରେ ମଧ୍ୟ ତମ୍ବିତୋଫାନ୍ ଦେଖାଦେଇଥିଲା।
ଗତକାଲି ନୀତିକାନ୍ତି ଶୃଙ୍ଖଳିତ କରିବା ଉଭୟ ସରକାର ଓ ପ୍ରଶାସନର କାର୍ଯ୍ୟ ବୋଲି ହାଇକୋର୍ଟ କହିବା ସହ ମହାପ୍ରସାଦ ହୋଇପାରୁନଥିବା ନେଇ କୋର୍ଟଙ୍କ ଆଗରେ ସ୍ୱୀକାର କରିଥିଲା ସୁଆର ନିଯୋଗ। ତାସହ ପକ୍ଷଭୁକ୍ତ ହୋଇ ସମସ୍ୟା ପଛର କାରଣ ଦର୍ଶାଇଥିଲା। ଆଜି ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ହେବା ସହ ଭୋଗ ଲଗାଇଥିଲେ ସୁଆର ସେବାୟତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)