Advertisment

ମୁଦ୍ରାରେ ସ୍ଥାନ ପାଇବ ପାଇକ ବିଦ୍ରୋହର ଚିତ୍ର

ଭୁବନେଶ୍ୱର: ସ୍ମାରକୀ ଡାକ  ଟିକଟ ପରେ ଏବେ ମୁଦ୍ରାରେ ୧୮୧୭ର ପାଇକ ବିଦ୍ରୋହ ଚିତ୍ର ସ୍ଥାନ ପାଇବ।  ଏଥିଲାଗି ପ୍ରସ୍ତୁତି ଡିଜାଇନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚୂଡାନ୍ତ  ହେବାପରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ। ଶିଳ୍ପୀ ଗଜେନ୍ଦ୍ର  ସାହୁଙ୍କ ଦ୍ୱାରା ପ୍ରସ୍ତୁତି ଡିଜାଇନକୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ।  ଡିଜାଇନ ପ୍ରସ୍ତୁତ ଲାଗି ସଚିବ ମନୋରଂଜନ ପାଣିଗ୍ରାହୀଙ୍କ  ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା।  ଏଥିରେ ବିଶିଷ୍ଟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ଓଡ଼ିଶା ଲଳିତ କଳା ଏକାଡେମୀ  […]

author-image
Otv Khabar Bureau
ମୁଦ୍ରାରେ ସ୍ଥାନ ପାଇବ ପାଇକ ବିଦ୍ରୋହର ଚିତ୍ର

paika rebellion

ଭୁବନେଶ୍ୱର: ସ୍ମାରକୀ ଡାକ  ଟିକଟ ପରେ ଏବେ ମୁଦ୍ରାରେ ୧୮୧୭ର ପାଇକ ବିଦ୍ରୋହ ଚିତ୍ର ସ୍ଥାନ ପାଇବ।  ଏଥିଲାଗି ପ୍ରସ୍ତୁତି ଡିଜାଇନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚୂଡାନ୍ତ  ହେବାପରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ।

Advertisment

ଶିଳ୍ପୀ ଗଜେନ୍ଦ୍ର  ସାହୁଙ୍କ ଦ୍ୱାରା ପ୍ରସ୍ତୁତି ଡିଜାଇନକୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ।  ଡିଜାଇନ ପ୍ରସ୍ତୁତ ଲାଗି ସଚିବ ମନୋରଂଜନ ପାଣିଗ୍ରାହୀଙ୍କ  ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା।  ଏଥିରେ ବିଶିଷ୍ଟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ଓଡ଼ିଶା ଲଳିତ କଳା ଏକାଡେମୀ  ପ୍ରାକ୍ତନ ସଚିବ ତାରାକାନ୍ତ ପରିଡ଼ା ଏବଂ ବି.କେ ଆର୍ଟ କଲେଜର  ଅଧ୍ୟାପକ ଶିଳ୍ପୀ ଗଜେନ୍ଦ୍ର ସାହୁ ସାମିଲ ହୋଇଥିଲେ।

କମିଟି ନିଷ୍ପତ୍ତି  ଅନୁଯାୟୀ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କୁ ଡିଜାଇନ୍ ପ୍ରସ୍ତୁତି ଦାୟିତ୍ୱ  ଦିଆଯାଇଥିଲା। ସୂଚନାଥାଉ କି, ପୂର୍ବରୁ ଶିଳ୍ପୀ ଗଜେନ୍ଦ୍ର ସାହୁ ନବକଳେବର ଡିଜାଇନ  ପ୍ରସ୍ତୁତ କରିଛନ୍ତି।  ଏହାସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା  ଦ୍ରୋଣାଚାର୍ଯ୍ୟ  ଏବଂ ଅର୍ଜୁନ ପୁରସ୍କାର ଡିଜାଇନ ମଧ୍ୟ ପ୍ରସ୍ତୁତ କରିଛନ୍ତି।

Advertisment
Odisha Paika Rebellion Paika Rebellion Coin
Advertisment
Advertisment