Advertisment

CBSE ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ପୋଲିସ୍‌ର ଛାନ୍‌ଭିନ୍‌

ନୂଆଦିଲ୍ଲୀ: CBSE ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ ପୋଲିସ SITର ଜାରି ରହିଛି ଛାନଭିନ୍। CBSE ପରୀକ୍ଷା ନିୟନ୍ତ୍ରକଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍। ପ୍ରଶ୍ନପତ୍ର ପିଛା ଛାତ୍ରଛାତ୍ରୀଙ୍କ ଠାରୁ ୩୫ ହଜାର ଟଙ୍କା ଲେଖାଏଁ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ CBSE କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଛାତ୍ରଛାତ୍ରୀ। ମାମଲାରେ ଗତକାଲି ପ୍ରାୟ ୨୫ ଜଣଙ୍କୁ ପଚରାଉଚରା କରିଥିଲା ପୋଲିସ। […]

author-image
Otv Khabar Bureau
CBSE ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ପୋଲିସ୍‌ର ଛାନ୍‌ଭିନ୍‌

cbse qus paper leak

ନୂଆଦିଲ୍ଲୀ: CBSE ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ ପୋଲିସ SITର ଜାରି ରହିଛି ଛାନଭିନ୍। CBSE ପରୀକ୍ଷା ନିୟନ୍ତ୍ରକଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍।

Advertisment

ପ୍ରଶ୍ନପତ୍ର ପିଛା ଛାତ୍ରଛାତ୍ରୀଙ୍କ ଠାରୁ ୩୫ ହଜାର ଟଙ୍କା ଲେଖାଏଁ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ CBSE କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଛାତ୍ରଛାତ୍ରୀ।

ମାମଲାରେ ଗତକାଲି ପ୍ରାୟ ୨୫ ଜଣଙ୍କୁ ପଚରାଉଚରା କରିଥିଲା ପୋଲିସ। ସେମାନଙ୍କ ମଧ୍ୟରେ କିଛି ଛାତ୍ର ଏବଂ ଟ୍ୟୁଟୋରିଆଲର କର୍ତ୍ତୃପକ୍ଷ ଅଛନ୍ତି।

Advertisment

ପ୍ରଶ୍ନପତ୍ର ଲିକ୍ ଏବଂ ପୁନର୍ବାର ପରୀକ୍ଷା ନିଷ୍ପତ୍ତିକୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।  ଭୁବନେଶ୍ୱରରେ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବୋର୍ଡ କର୍ତ୍ତୃପକ୍ଷଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଗତ ୨୭ ତାରିଖ ସଂଧ୍ୟାରେ ବୋର୍ଡ କର୍ତ୍ତୃପକ୍ଷ ଲିକ୍ ହୋଇଥିବା ଦଶମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ପାଇଥିଲେ ବି ପରୀକ୍ଷା କାହିଁକି ବାତିଲ୍ କଲେନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପ୍ରାୟ ୧୬ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି।

Delhi Police
Advertisment
Advertisment