Advertisment

ବିଧାନସଭାରେ ମହାନଦୀ ମହାବିତର୍କ

ଭୁବନେଶ୍ୱର : ବିଧାନସଭାରେ ମହାନଦୀ ଉପରେ ମହାବିତର୍କ। ଆଜି ପ୍ରଶ୍ନକାଳ ବାତିଲ କରାଯାଇ ଏହି ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି। ଏ ପ୍ରସଙ୍ଗରେ ବିବୃତ୍ତି ରଖି ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଓ ଶାସକଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଥିଲେ, ମହାନଦୀର ୮୫୧ କି.ମିରୁ ୪୯୪ କି.ମି ଓଡ଼ିଶାରେ ପ୍ରବାହିତ ହେଉଛି। କିନ୍ତୁ ଆମକୁ ନଜଣାଇ ଛତିଶଗଡ଼ ଏକତରଫା ବନ୍ଧ ନିର୍ମାଣ କରୁଛି। ଛତିଶଗଡ଼ ଆଉ କୌଣସି ବନ୍ଧ ନିର୍ମାଣ କରିପାରିବ ନାହିଁ ବୋଲି ଗତବର୍ଷ […]

author-image
Otv Khabar Bureau
ବିଧାନସଭାରେ ମହାନଦୀ ମହାବିତର୍କ

mahanadi-1

ଭୁବନେଶ୍ୱର : ବିଧାନସଭାରେ ମହାନଦୀ ଉପରେ ମହାବିତର୍କ। ଆଜି ପ୍ରଶ୍ନକାଳ ବାତିଲ କରାଯାଇ ଏହି ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି। ଏ ପ୍ରସଙ୍ଗରେ ବିବୃତ୍ତି ରଖି ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଓ ଶାସକଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଥିଲେ, ମହାନଦୀର ୮୫୧ କି.ମିରୁ ୪୯୪ କି.ମି ଓଡ଼ିଶାରେ ପ୍ରବାହିତ ହେଉଛି। କିନ୍ତୁ ଆମକୁ ନଜଣାଇ ଛତିଶଗଡ଼ ଏକତରଫା ବନ୍ଧ ନିର୍ମାଣ କରୁଛି।

Advertisment

publive-imageଛତିଶଗଡ଼ ଆଉ କୌଣସି ବନ୍ଧ ନିର୍ମାଣ କରିପାରିବ ନାହିଁ ବୋଲି ଗତବର୍ଷ ୨୬ ଜୁଲାଇରେ ଗ୍ରୀନ୍‌ ଟ୍ରିବୁନାଲ୍ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାକୁ ଅବମାନନା କରି ମହାମେଳାରେ ୧୭୬ କୋଟି ବ୍ୟୟରେ ଏକ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଟର ଆହ୍ୱାନ କରାଯାଇଛି। ଏହାକୁ ନେଇ ରାଜ୍ୟ ଜଳ ସମ୍ପଦ କେନ୍ଦ୍ର ଜଳ ଆୟୋଗଙ୍କୁ ଚିଠି ଲେଖିଛନ୍ତି।

 ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି କେନ୍ଦ୍ର ଛତିଶଗଡ଼କୁ ସାହାଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଅମର ଶତପଥୀ। ସେପଟେ ରାଜନୈତିକ ଅଭିସନ୍ଧି ରଖି ସରକାରୀ ଦଳ ଗୃହକୁ ଅଚଳ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ମହାନଦୀ ପାଇଁ ୨ଟି ଗୃହ କମିଟି, ଆଲୋଚନା କରି ପଦକ୍ଷେପ ନେବା କଥା। ତାମିଲନାଡ଼ୁ ସାଂସଦ ନଦୀ ସମସ୍ୟାକୁ ନେଇ ସଂସଦ ଅଚଳ କରୁଛନ୍ତି। କିନ୍ତୁ ଆମର ୨୦ ସାଂସଦ କେବଳ ପ୍ରଶ୍ନ ପଚାରି ଚୁପ୍ ରହୁଛନ୍ତି ବୋଲି ନରସିଂହ କହିଛନ୍ତି।

Advertisment

Odisha Assembly Mahanadi Tribunal Issue
Advertisment
Advertisment