Advertisment

ଶବ ବୁଲିଲା ସହର ସାରା

ଭୁବନେଶ୍ୱର: ଭାଇର ମୃତଦେହର ସଂସ୍କାର ପାଇଁ ୮ ଘଣ୍ଟା ଧରି ଟ୍ରଲିରେ ବୁଲିଲା ଭାଇ। ମୃତଦେହ ପୋତିବାକୁ ନେଇ ତାଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା। ରାଉରକେଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଇନ୍ଦିରା ନଗରର ଧରମ୍ବୀର ଲୋହାରଙ୍କ ଗୁରୁବାର ଦିନ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମୃତଦେହକୁ ନେଇ ଭାଇ ମଙ୍ଗଲ୍ ଲୋହାର ପୋତିବାକୁ ଯାଇଥିଲେ। ତେବେ ଯେଉଁଠାକୁ ବି ଯାଇଥିଲେ ତାଙ୍କୁ ବାରଣ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ପରେ ସ୍ଥାନୀୟ […]

author-image
Otv Khabar Bureau
ଶବ ବୁଲିଲା ସହର ସାରା

Body Carried On Trolley For 8 Hrs

ଭୁବନେଶ୍ୱର: ଭାଇର ମୃତଦେହର ସଂସ୍କାର ପାଇଁ ୮ ଘଣ୍ଟା ଧରି ଟ୍ରଲିରେ ବୁଲିଲା ଭାଇ। ମୃତଦେହ ପୋତିବାକୁ ନେଇ ତାଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା।

Advertisment

ରାଉରକେଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଇନ୍ଦିରା ନଗରର ଧରମ୍ବୀର ଲୋହାରଙ୍କ ଗୁରୁବାର ଦିନ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମୃତଦେହକୁ ନେଇ ଭାଇ ମଙ୍ଗଲ୍ ଲୋହାର ପୋତିବାକୁ ଯାଇଥିଲେ। ତେବେ ଯେଉଁଠାକୁ ବି ଯାଇଥିଲେ ତାଙ୍କୁ ବାରଣ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ପରେ ସ୍ଥାନୀୟ ସମାଜସେବୀ ଏହାଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହକୁ ଜବତ କରି ସରକାରୀ ହସ୍ପିଟାଲର ଶବାଗାରରେ ରଖିଛି। ମୃତକ ଧରମ୍ବୀର ଏବଂ ତାଙ୍କ ଭାଇ ଝାଡଖଣ୍ଡର।  ସେମାନେ ରାଉରକେଲା ଆସି ଶ୍ରମିକ ଭାବେ କାମ କରୁଥିଲେ।

Advertisment
Odisha Dead Body On Trolley Man Carries Dead Body On Trolley
Advertisment
Advertisment