Advertisment

୨୪ ବର୍ଷ ତଳେ ହଜି ଯାଇଥିଲା ଝିଅ

ନୂଆଦିଲ୍ଲୀ: ପିଲାମାନଙ୍କ ପ୍ରତି ପିତାମାତାଙ୍କର ଭଲପାଇବା ସବୁବେଳେ ଅତୁଟ ରହିଥାଏ। ଦୁନିଆରେ ବାପା-ମା’ଙ୍କ ଭଳି ଭଲପାଇବା ଆଉ ସେହ୍ନ କେଉଁଠୁ ବି ମିଳିନଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଜଣେ ପିତା ଦୀର୍ଘ ୨୪ ବର୍ଷ ଧରି ତାଙ୍କର ହଜିଯାଇଥିବା ଝିଅକୁ ଖୋଜୁଥିଲେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ଏହି ଘଟଣା ସତ୍ୟ ବୋଲି ଜଣାପଡ଼ିଛି। ତେବେ ପଢ଼ନ୍ତୁ ପୂରା ଘଟଣା… ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ଚାଇନାର ଚେଙ୍ଗ୍‌ଦୁ ସହରର। ୱାଙ୍ଗ ମିଙ୍ଗ୍‌କିଙ୍ଗ୍‌ […]

author-image
Otv Khabar Bureau
୨୪ ବର୍ଷ ତଳେ ହଜି ଯାଇଥିଲା ଝିଅ

family reunites

ନୂଆଦିଲ୍ଲୀ: ପିଲାମାନଙ୍କ ପ୍ରତି ପିତାମାତାଙ୍କର ଭଲପାଇବା ସବୁବେଳେ ଅତୁଟ ରହିଥାଏ। ଦୁନିଆରେ ବାପା-ମା’ଙ୍କ ଭଳି ଭଲପାଇବା ଆଉ ସେହ୍ନ କେଉଁଠୁ ବି ମିଳିନଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଜଣେ ପିତା ଦୀର୍ଘ ୨୪ ବର୍ଷ ଧରି ତାଙ୍କର ହଜିଯାଇଥିବା ଝିଅକୁ ଖୋଜୁଥିଲେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ଏହି ଘଟଣା ସତ୍ୟ ବୋଲି ଜଣାପଡ଼ିଛି।

Advertisment

ତେବେ ପଢ଼ନ୍ତୁ ପୂରା ଘଟଣା...

ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ଚାଇନାର ଚେଙ୍ଗ୍‌ଦୁ ସହରର। ୱାଙ୍ଗ ମିଙ୍ଗ୍‌କିଙ୍ଗ୍‌ ଓ ତାଙ୍କ ପତ୍ନୀ ୧୯୯୪ ମସିହାରେ ତାଙ୍କ ଝିଅ କାଙ୍ଗ୍‌ ୟିଙ୍ଗ୍‌କୁ ହଜାଇ ଦେଇଥିଲେ। ସେତେବେଳେ ତାଙ୍କ ଝିଅକୁ ମାତ୍ର ୩ ବର୍ଷ ହୋଇଥିଲା। ସେବେଠାରୁ ଦୀର୍ଘ ୨୪ ବର୍ଷ ଧରି ୱାଙ୍ଗ ତାଙ୍କ ଝିଅକୁ ଖୋଜୁଥିଲେ।

ହଜି ଯାଇଥିବା ଝିଅକୁ ଖୋଜିବା ପାଇଁ ଉଭୟ ପତିପତ୍ନୀ ବିଭିନ୍ନ ପ୍ରକାରର ଚେଷ୍ଟା କରି ଆସୁଥିଲେ। ଏପରିକି କୋଉ ଗୋଟିଏ ଦିନ ନାହିଁ ଯେବେ ସେମାନେ ତାଙ୍କ ଝିଅକୁ ଖୋଜି ନାହାନ୍ତି। ପୋଲିସ ନିକଟକୁ ଯିବାସହ, ବିଭିନ୍ନ ସ୍ଥାନରେ ଝିଅର ପୋଷ୍ଟର ମାରିବା, ଅନାଥ ଆଶ୍ରମ ଓ ହସ୍ପିଟାଲ ଭଳି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାତ୍ର ଏଥିରେ ତାଙ୍କୁ କିଛି ବି ହେଲେ ସଫଳ ମିଳି ନ ଥିଲା।

Advertisment

ଶେଷରେ ୱାଙ୍ଗ ହଜି ଯାଇଥିବା ଝିଅକୁ ଖୋଜିବା ପାଇଁ ୨୦୧୫ ମସିହାରେ ଟ୍ୟାକ୍ସି ଡ୍ରାଇଭର ହେଲେ। ଡ୍ରାଇଭର ହୋଇ ସେ ସବୁ ଯାତ୍ରୀଙ୍କୁ ତାଙ୍କ ହଜି ଯାଇଥିବା ଝିଅ ସମ୍ପର୍କରେ କହିବା ସହ ଫଟୋ ଓ ତଥ୍ୟ ମଧ୍ୟ ଦେଇଥିଲେ। ପାଖାପାଖି ସେ ୧୭ ହଜାର ଲୋକଙ୍କୁ ଏହି ଘଟଣା ସମ୍ପର୍କରେ କହିଥିଲେ।

ଶେଷରେ ୱାଙ୍ଗଙ୍କ ପରିଶ୍ରମର ଫଳ ସଫଳ ହୋଇଥିଲା। ଗୋଟିଏ ଦିନ ତାଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା ଓ ଏହାପରେ ତାଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା। ହସର କାରଣ ଥିଲା ତାଙ୍କୁ ତାଙ୍କ ଝିଅ ମିଳି ଯାଇଥିଲା। ସୂଚନା ଅନୁସାରେ ଏପ୍ରିଲ ୧ରେ କାଙ୍ଗ୍‌ ୟିଙ୍ଗ୍‌ଙ୍କ ଡିଏନ୍‌ଏ ଟେଷ୍ଟ ପରେ ଜଣାପଡ଼ିଥିଲା ଯେ ସେ ୱାଙ୍ଗଙ୍କ ଝିଅ ବୋଲି। ତେବେ ୨୪ ବର୍ଷ ପରେ ପୂରା ପରିବାରକୁ ଏକାଠି ଦେଖିବା ପରେ ସମସ୍ତଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା ।

Family Reunites Lost
Advertisment
Advertisment