Advertisment

ବିଜେଡିକୁ ପୁଣି ବାଣ ମାରିଲେ ଦାମ

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ବିଜେଡିକୁ ପୁଣି ବାଣ ମାରିଲେ ଦଳର ବରିଷ୍ଠ ନେତା ଦାମୋଦର ରାଉତ। ମହାନଦୀର ଏବର ଗତି ଓ ସ୍ଥିତି, ନଅଙ୍କ ଦୁର୍ଭିକ୍ଷ କଥା ମନେପକାଇ ଦେଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସରକାର ଏ ସଂପର୍କରେ ଚିନ୍ତା ନକରି ଫାଲ୍‌ତୁ କାରବାରରେ ମାତିଛନ୍ତି। ସରକାରଙ୍କ କଳସ ଓ ସାଇକେଲ ଆନ୍ଦୋଳନ ଭୋଟ୍ ଆଣିପାରେ, ହେଲେ ଦୁଇ -ତୃତୀୟାଂଶ ଲୋକଙ୍କ ଭାଗ୍ୟର ବିପର୍ଯ୍ୟୟ ଆଣିବ ବୋଲି ଦାମ କହିଛନ୍ତି। […]

author-image
Otv Khabar Bureau
 ବିଜେଡିକୁ ପୁଣି ବାଣ ମାରିଲେ ଦାମ

dama rout

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ବିଜେଡିକୁ ପୁଣି ବାଣ ମାରିଲେ ଦଳର ବରିଷ୍ଠ ନେତା ଦାମୋଦର ରାଉତ। ମହାନଦୀର ଏବର ଗତି ଓ ସ୍ଥିତି, ନଅଙ୍କ ଦୁର୍ଭିକ୍ଷ କଥା ମନେପକାଇ ଦେଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସରକାର ଏ ସଂପର୍କରେ ଚିନ୍ତା ନକରି ଫାଲ୍‌ତୁ କାରବାରରେ ମାତିଛନ୍ତି।

Advertisment

ସରକାରଙ୍କ କଳସ ଓ ସାଇକେଲ ଆନ୍ଦୋଳନ ଭୋଟ୍ ଆଣିପାରେ, ହେଲେ ଦୁଇ -ତୃତୀୟାଂଶ ଲୋକଙ୍କ ଭାଗ୍ୟର ବିପର୍ଯ୍ୟୟ ଆଣିବ ବୋଲି ଦାମ କହିଛନ୍ତି। ଏଥିସହ ମହାନଦୀକୁ ନେଇ ଘୋଷିତ ୭ ପ୍ରକଳ୍ପ ଉପରେ ମଧ୍ୟ ଦାମ ପ୍ରତିକ୍ରିୟା ରଖିଛନ୍ତି।

୭ଟି ପ୍ରକଳ୍ପ ହେଲେ ରାଜ୍ୟର ଭଲ, ହେଲେ ପ୍ରକଳ୍ପ ନେଇ ସର୍ଭେ ଓ ଅଟକଳ କଣ ଗୋଟିଏ ଦିନରେ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି। ମହାନଦୀକୁ ନେଇ ସରକାର ଢେର ଆଗରୁ ସତର୍କ ହେବାର ଥିଲା। ଏବେ ଏହା ଲୋକଦେଖାଣିଆ ନା ଆନ୍ତରିକତା ରହିଛି ସେ ସଂପର୍କରେ କହି ପାରିବିନି ବୋଲି ଦାମ କହିଛନ୍ତି।

Advertisment
Mahanadi Issue Dama Rout
Advertisment
Advertisment