/odishatv-khabar/media/post_attachments/uploadimage/library/16_9/16_9_0/kalabaisakhi_1626435168.jpg)
monsoon
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ତାତିରୁ ମିଳିଛି ନିସ୍ତାର। ହେଲେ କାଳବୈଶାଖୀ ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି।
Advertisment
ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଗତକାଲି ବଜ୍ରାଘାତରେ କେନ୍ଦୁଝର ବାରିଆ ଥାନା ଗୁଡ଼ିପୋଖରୀ ନିକଟରେ ଏକ ଦମ୍ପତ୍ତି ପ୍ରାଣ ହରାଇଛନ୍ତି। ଝୁମ୍ପୁରା ବ୍ଲକ ତିଳିତିଆ ଗାଁର ମହେଶ୍ୱର ମହାନ୍ତ ଓ ପତ୍ନୀ ଯଶୋଦା ମହାନ୍ତ ବାଇକରେ ଘରକୁ ଫେରୁଥିବାବେଳେ ଏହି ଅଘଟଣ ଘଟିଥିଲା। ଗାଁଠୁ କିଛି ଦୂର ଗୁଡ଼ିପୋଖରୀଠାରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ପତି-ପତ୍ନୀ ପ୍ରାଣ ହରାଇଥିଲେ।
Advertisment
ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଦୁର୍ଘଟଣା ପରେ ତିଳିତିଆ ଗାଁରେ ଶୋକର ଛାୟା ଖେଳିଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)