/odishatv-khabar/media/post_attachments/uploadimage/library/16_9/16_9_0/susant-dhala-sdamnata_1626433224.jpg)
susant dhala sdamnata
ଭୁବନେଶ୍ୱର : ଝାରପଡ଼ା ଜେଲରୁ ସ୍ଥାନାନ୍ତର ହେବ ହାର୍ଡକୋର ଅପରାଧୀ ସୁଶାନ୍ତ ଧଳ ସାମନ୍ତ। କଟକ ଚୌଦ୍ୱାର ଭଳି ଭୁବନେଶ୍ୱର ଝାରପଡ଼ା ଜେଲରେ ରହି ସୁଶାନ୍ତ ତାର ଅପରାଧ ନେଟଓ୍ୱାର୍କ ସହଜରେ ପରିଚାଳନା କରୁଥିବା ସନ୍ଦେହ କରାଯାଉଥିବାରୁ ,ତାକୁ ପଶ୍ଚିମ ଓଡ଼ିଶାର କୌଣସି ଜେଲକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି କମିଶନରେଟ୍ ପୋଲିସ।
Advertisment
ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଗତକାଲି କଟକ ସ୍ଥିତ JMFC ରୁରାଲ କୋର୍ଟରେ ଆବେଦନ କରାଯାଇଛି। କଟକ ବିଜନ ପାଲ ହତ୍ୟା ଉଦ୍ୟମ ଘଟଣାରେ ସୁଶାନ୍ତର ସଂପୃକ୍ତି ଥିବା ପୋଲିସ ଜାଣିବା ପରେ ଏବେ ତାକୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ କରିଛି। ସୁଶାନ୍ତକୁ କଟକ ଭୁବନେଶ୍ୱରଠାରୁ କୌଣସି ଦୂର ସ୍ଥାନ କିମ୍ବା ବଲାଙ୍ଗିର ସ୍ଥାନାନ୍ତର କରିବାକୁ ପୋଲିସ ଯୋଜନା କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)