Advertisment

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ସଂପର୍କିତ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଜଷ୍ଟିସ ଏ.କେ ସିକ୍ରୀ, ଏସ.ଏ, ବୋବ୍‌ଡେ, ଏନ୍‌ଭି ରମନା,ଅରୁଣ  ଓ ଜଷ୍ଟିସ  ଏ.କେ. ଗୋୟଲଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ। ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ ବିରୋଧୀ ଆଣିଥିବା ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଅଗ୍ରାହ୍ୟ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି କଂଗ୍ରେସ […]

author-image
Otv Khabar Bureau
ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗ

deepak

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ସଂପର୍କିତ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଜଷ୍ଟିସ ଏ.କେ ସିକ୍ରୀ, ଏସ.ଏ, ବୋବ୍‌ଡେ, ଏନ୍‌ଭି ରମନା,ଅରୁଣ  ଓ ଜଷ୍ଟିସ  ଏ.କେ. ଗୋୟଲଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ। ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ ବିରୋଧୀ ଆଣିଥିବା ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଅଗ୍ରାହ୍ୟ କରିଦେଇଥିଲେ।

Advertisment

ଏହାକୁ ଚ୍ୟାଲେଞ୍ଜ କରି କଂଗ୍ରେସ କୋର୍ଟରେ ପିଟିସନ ଦାଖଲ କରିଥିଲା। ମହାଭିଯୋଗ ପ୍ରସ୍ତାବକୁ ଉପରାଷ୍ଟ୍ରପତି ଯେଉଁ ଆଧାରରେ ଖାରଜ କରିଛନ୍ତି ତାହା ଅଗଣତାନ୍ତ୍ରିକ ବୋଲି କଂଗ୍ରେସ ପିଟିସନରେ ଦର୍ଶାଇଥିଲା।

ଗତ ମାସରେ ୬୦ରୁ ଅଧିକ ସାଂସଦଙ୍କ ଦସ୍ତଖତ ଥାଇ କଂଗ୍ରେସ ସମେତ ବିଭିନ୍ନ ବିରୋଧୀଦଳ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନୋଟିସ୍ ଆଣିଥିଲେ। କିନ୍ତୁ ମହାଭିଯୋଗର ଯଥାର୍ଥ କାରଣ ନଥିବା ଦର୍ଶାଇ ଉପରାଷ୍ଟ୍ରପତି ନୋଟିସକୁ ଖାରଜ କରି ଦେଇଥିଲେ।

Advertisment
Supreme Court J
Advertisment
Advertisment