/odishatv-khabar/media/post_attachments/uploadimage/library/16_9/16_9_0/PCC_1626432103.jpg)
sarat rout
ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନ ସଂପର୍କରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟାରାଣୀ ମହାପାତ୍ରଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ଏଭଳି ମନ୍ତବ୍ୟ ଦେବାକୁ ତାଙ୍କୁ କିଏ କ୍ଷମତା ଦେଲା ବୋଲି ଶରତ ପ୍ରଶ୍ନ କରିଛନ୍ତି।
Advertisment
ସଭାପତି କିଏ ରହିବେ, କେତେ ଦିନ ରହିବେ ସେ ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କର। ଏଥିରେ ଆଉ କାହାର କିଛି କହିବାର ନାହିଁ। ଏଆଇସିସିର ନିଷ୍ପତ୍ତି କେବଳ ସଂଧ୍ୟାଙ୍କ ପାଖକୁ କେମିତି ଆସିଲା ବୋଲି ଶରତ ପ୍ରଶ୍ନ କରିବା ସହ, ଅଯଥା ବିବାଦ ସୃଷ୍ଟି କରା ନ ଯାଉ ବୋଲି କହିଛନ୍ତି।
ଗତକାଲି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟାରାଣୀ ମହାପାତ୍ର ୨୦୧୯ ପୂର୍ବୂର ପିସିସି ସଭାପତି ବଦଳୁ ନ ଥିବା ସୂଚନା ଦେଇ, ନୈତିକତା ଦୃଷ୍ଟିରୁ ପ୍ରସାଦ ପଠାଇଥିବା ଇସ୍ତଫା ପତ୍ରକୁ ଏଆଇସିସି ଅଗ୍ରାହ୍ୟ କରି ଦେଇଛି ବୋଲି କହିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)