Advertisment

ଦିଲ୍ଲୀରେ କଂଗ୍ରେସର ଜନ ଆକ୍ରୋଶ ରାଲି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିରୋଧରେ କଂଗ୍ରେସର ଜନ ଆକ୍ରୋଶ ରାଲି। ରାମଲୀଳା ମୈଦାନରେ ଜନ ସାଧାରଣଙ୍କୁ ଉଦ୍‌ବୋଧନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ଅବସରରେ କେନ୍ଦ୍ର ସରକାର ଉପରେ ପ୍ରବଳ ବର୍ଷିଛନ୍ତି ରାହୁଲ। ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବିକାଶ ପାଇଁ ୬୦ ମାସ ମାଗିଥିଲେ। କିନ୍ତୁ ନିଜ ସମସ୍ତ ପ୍ରତିଶୃତି ପାଳନ କରିବାରେ ମୋଦି ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ। ଦେଶର ଆଇନ ପରିସ୍ଥିତି ବିଗିଡ଼ିଛି, ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଛି, […]

author-image
Otv Khabar Bureau
ଦିଲ୍ଲୀରେ କଂଗ୍ରେସର ଜନ ଆକ୍ରୋଶ ରାଲି

rahul

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିରୋଧରେ କଂଗ୍ରେସର ଜନ ଆକ୍ରୋଶ ରାଲି। ରାମଲୀଳା ମୈଦାନରେ ଜନ ସାଧାରଣଙ୍କୁ ଉଦ୍‌ବୋଧନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ଅବସରରେ କେନ୍ଦ୍ର ସରକାର ଉପରେ ପ୍ରବଳ ବର୍ଷିଛନ୍ତି ରାହୁଲ।

Advertisment

ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବିକାଶ ପାଇଁ ୬୦ ମାସ ମାଗିଥିଲେ। କିନ୍ତୁ ନିଜ ସମସ୍ତ ପ୍ରତିଶୃତି ପାଳନ କରିବାରେ ମୋଦି ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ। ଦେଶର ଆଇନ ପରିସ୍ଥିତି ବିଗିଡ଼ିଛି, ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଛି, ବେକାରୀ ସମସ୍ୟା ଦେଖାଦେଇଛି। ଏହାସହ ବୈଦେଶିକ ନୀତିରେ କେନ୍ଦ୍ର ସରକାର ବିଫଳ ହୋଇଥିବା କହିଛନ୍ତି ରାହୁଲ।

publive-imageଏହାଛଡ଼ା ମୋଦିଙ୍କ ଚୀନ ଗସ୍ତକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାହୁଲ। ମୋଦି ବିନା କୌଣସି ପ୍ରସଙ୍ଗରେ ଚୀନ ଗସ୍ତ କରିଥିଲେ ବୋଲି କହି ତାତ୍ସଲ୍ୟ କରିଛନ୍ତି ସେ। ଗୋଟେପଟେ ଡୋକଲାମରେ ଚୀନ ସୈନ୍ୟ ନିଜ ଯବାନ ଠୁଳ କରୁଥିବା ବେଳେ ମୋଦିଙ୍କ ଗ୍ରସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ।

Advertisment

ସେପଟେ ରାହୁଲଙ୍କ ଅଭିଯୋଗ ପରେ ପାଲଟା ଅଭିଯୋଗ କରିଛି ବିଜେପି। ମେ ୧୨ରେ ହେବାକୁ ଥିବା କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ରାଲିକୁ ଗୁରୁତ୍ୱ ମନେ କରାଯାଉଛି। ଏଥିସହ କଂଗ୍ରେସ ସଭାପତି ଦାୟିତ୍ୱ ନେବା ପରେ ରାହୁଲ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ରାଲିକୁ ସମ୍ବୋଧିତ କରିଛନ୍ତି।

Ramlila Maidan Congress Jan Akrosh Rally Rahul Gandhi
Advertisment
Advertisment