/odishatv-khabar/media/post_attachments/uploadimage/library/16_9/16_9_0/khariar_1626434907.jpg)
khariar
ନୂଆପଡ଼ା : ଖରିଆରର କପଡ଼ା ବ୍ୟବସାୟୀ କୈଳାଶ ସରାଫଙ୍କ ପୁଅ ବୈଭକକୁ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ୭ ହଜାର ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଛି। କୈଳାସ ସରାଫଙ୍କ ପୁଅ ବୈଭବଙ୍କୁ ଆକ୍ରମଣ କରିବା ସହ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇଦେଇଥିଲେ ଜଣେ ଯୁବକ ମନୋରଂଜନ ସରାଫ୍ ଏବଂ ଅନ୍ୟ ଜଣେ ନାବାଳକ। ଉଭୟଙ୍କୁ ଧରିଛି ଖରିଆର ପୋଲିସ।
ସୂଚନା ଅନୁସାରେ ମନୋରଂଜନ ସରାଫଙ୍କଠାରୁ ବୈଭବ ୭ ହଜାର ଟଙ୍କା ଉଧାର ନେଇଥିଲେ। ଟଙ୍କା ନ ଶୁଝିବାରୁ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଗତ ୩୦ ତାରିଖ ଦିନ ବୈଭବକୁ ନିକଟସ୍ଥ ଜଙ୍ଗଲକୁ ଡ଼ାକି ଆକ୍ରମଣ କରିଥିଲା ମନୋରଂଜନ ସରାଫ୍। ଆକ୍ରମଣ ଯୋଗୁ ଚେତା ହରାଇଥିଲେ ବୈଭବ।
ଏହାପରେ ବୈଭବଙ୍କ ମୃତ୍ୟୁ ହୋଇଯାଇଥିବା ଅନୁମାନ କରି ଅପରାଧକୁ ଲୁଚାଇବା ପାଇଁ ନାବାଳକ ସହଯୋଗୀ ସହ ମିଶି ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇ ଦେଇଥିଲା ମନୋରଂଜନ। କଥା ଏତିକିରେ ସରିନଥିଲା। ମୃତ ବୈଭବର ମୋବାଇଲ୍ରୁ ବୈଭବଙ୍କ ବାପାଙ୍କୁ ଫୋନ୍ କରିଥିଲେ ଦୁଇ ଅଭିଯୁକ୍ତ। ବୈଭବଙ୍କୁ ଅପହରଣ କରାଯାଇଛି।
୩୦ ଲକ୍ଷ ଟଙ୍କା ଦେଲେ ଛାଡ଼ିବେ ବୋଲି ଉଭୟେ ବୈଭବଙ୍କ ବାପାକୁ ଫୋନ୍ କରିଥିଲେ। ଏନେଇ ପରିବାର ଲୋକଙ୍କ ଏତଲା ପରେ ଖରିଆର୍ ପୋଲିସ ଘଟଣାର ଖୋଳତାଡ଼ କରିବା ସହ ଆଜି ପର୍ଦ୍ଦାଫାସ୍ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)