/odishatv-khabar/media/post_attachments/uploadimage/library/16_9/16_9_0/police-1_1626435062.jpg)
police commissioner
ହାଇଦ୍ରାବାଦ: ଦ୍ୱିତୀୟ ଶ୍ରେଣୀର ଛାତ୍ର ଗୋଟିଏ ଦିନ ପାଇଁ ପୋଲିସ କମିଶନର ହୋଇ ଏବେ ଚର୍ଚ୍ଚାରେ। ମାତ୍ର ଦିନକ ପାଇଁ ହାଇଦ୍ରାବାଦ ପୋଲିସ କମିଶନର ଭାବେ ଗତକାଲି ପୋଲିସ କମିଶନରଙ୍କ ଚୌକିରେ ବସିଥିଲେ ହାଇଦ୍ରାବାଦର ଛାତ୍ର ଡି.ଇଶାନ।
Advertisment
ବୁଧବାର ସକାଳେ ଇଶାନ କମିଶନରଙ୍କ ଅଫିସ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଫ୍ରେଣ୍ଡ୍ଲି ପୋଲିସିଂ ଓ ଅଧିକ ସତର୍କତା ପାଇଁ ସିସିଟିଭି କ୍ୟାମେରା ଉପରେ ଗୁରୁତ୍ୱ ରହିବ ବୋଲି ସେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ।
ଜୀବନ କ’ଣ ଜାଣିବା ପୂର୍ବରୁ ରକ୍ତ କ୍ୟାନସରରେ ପୀଡିତ ନାବାଳକ ଇଶାନଙ୍କର ଇଚ୍ଛା ଥିଲା, ସେ ପାଠ ପଢ଼ି ବଡମଣିଷ ହେବେ। ଆଉ ପୋଲିସ ଚାକିରି କରିବେ।
Advertisment
ଆଉ ତାଙ୍କର ଏହି ଇଚ୍ଛା ପୂରଣ କରିବା ପାଇଁ ସୁଯୋଗ ଦେଇଥିଲା ହାଇଦ୍ରାବାଦ ପୋଲିସ। ଆଉ ଏଥିରେ ଖୁବ ଖୁସି ଅନୁଭବ କରିଥିବା କହିଛନ୍ତି ଇଶାନ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)