/odishatv-khabar/media/post_attachments/uploadimage/library/16_9/16_9_0/yeddyurappa-1-1_1626505797.jpg)
yeddyurappa
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦ୍ୟୁରପ୍ପାଙ୍କ ପାଇଁ ଆଜି ଅସଲ ପରୀକ୍ଷା। ବହୁମତ ସାବ୍ୟସ୍ତ କରିବାକୁ ବିଧାନସଭାରେ ୧୫ଦିନ ସମୟ ମିଳିଥିଲେ ମଧ୍ୟ ଆଜି ସୁପ୍ରିମକୋର୍ଟରେ ଦାଖଲ ହେବ ସମର୍ଥକ ବିଧାୟକଙ୍କ ତାଲିକା। ଗାଦି ବଞ୍ଚାଇବାକୁ ହେଲେ ତାଙ୍କୁ ଦରକାର ଆହୁରି ୮ଜଣ ବିଧାୟକଙ୍କ ସମର୍ଥନ।
ଆଜି ସକାଳ ସାଢେ ୧୦ଟାରେ ବିଜେପି ପକ୍ଷରୁ ସୁପ୍ରିମ୍କୋର୍ଟରେ ବିଧାୟକଙ୍କ ସମର୍ଥନ ତାଲିକା ପ୍ରଦାନ କରାଯିବ। ଏହାପରେ ଏହି ମାମଲା ଉପରେ ଶୁଣାଣି କରିବେ ସବୋର୍ଚ୍ଚ କୋର୍ଟ। ଯଦି ସମର୍ଥକ ବିଧାୟକଙ୍କ ତାଲିକାରେ କୌଣସି ସମସ୍ୟା ଥିବା କୋର୍ଟ ଉପଲବ୍ଧି କରନ୍ତି ତେବେ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଗାଦିଚ୍ୟୁତ ହେବାର ମଧ୍ୟ ଆଶଙ୍କା ରହିଛି।
କର୍ଣ୍ଣାଟକ ଫଳାଫଳ ଅନୁସାରେ ନିର୍ବାଚନ ହୋଇଥିବା ୨୨୨ ଆସନରୁ ଏକକ ବୃହତ ଦଳ ଭାବେ ବିଜେପି ପାଇଛି ୧୦୪ ଆସନ। ଯାହାକି ମ୍ୟାଜିକ୍ ନମ୍ବର ଠାରୁ ୮ କମ୍। ସେହିପରି କଂଗ୍ରେସକୁ ୭୮ ଓ ଜେଡିଏସ୍କୁ ମିଳିଛି ୩୭ ଆସନ। ବିଏସ୍ପି ଗୋଟିଏ ଓ ଅନ୍ୟାନ୍ୟ ପାଇଛନ୍ତି ୨ଟି ସିଟ୍। ଫଳାଫଳ ଆସିବା ପରେ କଂଗ୍ରେସ-ଜେଡିଏସ୍ ହାତ ମିଳାଇଥିବାରୁ ୟେଦ୍ୟୁରପ୍ପାଙ୍କ ପାଇଁ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି।
ଆଉ ୮ବିଧାୟକଙ୍କ ସଂଖ୍ୟା ବିଜେପି କେମିତି ଯୋଗାଡ଼ କରିବ ତାକୁ ନେଇ ଚାଲିଛି ଘଡିକୁ ଘ଼ଡି କସରତ। ସେପଟେ ସୁପ୍ରିମ୍କୋର୍ଟଙ୍କ ଉପରେ ଭରସା କରିଛି କଂଗ୍ରେସ। କଂଗ୍ରେସ ନେତା ଗୁଲାମ ନବି ଆଜାଦ କହିଛନ୍ତି ବିଜେପି ପାଖରେ ଆବଶ୍ୟକ ସଂଖ୍ୟକ ବହୁମତ ନାହିଁ କଂଗ୍ରେସ ଏବଂ ଜେଡିଏସ ପାଖରେ ଆବଶ୍ୟକ ସଂଖ୍ୟା ଅଛି। ତେଣୁ ସୁପ୍ରିମ୍କୋର୍ଟ ରାଜ୍ୟପାଳଙ୍କ ନିଷ୍ପତ୍ତିର ଠିକ୍ ବିଚାର କରିବେ ବୋଲି ଆମେ ଆଶା ରଖିଛୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)