/odishatv-khabar/media/post_attachments/uploadimage/library/16_9/16_9_0/chandrababu-naidu-88_1626499957.jpg)
chandrababu naidu
ହାଇଦ୍ରାବାଦ: ଜନ୍ମଦିନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅନଶନ। ଆନ୍ଧ୍ରକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ଦାବିରେ ସେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ସିଧାସିଧା ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଛି।
Advertisment
କେନ୍ଦ୍ରର ଏଭଳି ଟାଳଟୁଳ ନୀତି ପ୍ରତିବାଦରେ ଚନ୍ଦ୍ରବାବୁ ଆଜି ସକାଳୁ ଦିନିକିଆ ଅନଶନରେ ବସିଛନ୍ତି। ଆଜି ହେଉଛି ଚନ୍ଦ୍ରବାବୁ ନାଇଡୁଙ୍କର ୬୮ତମ ଜନ୍ମଦିନ।
ଜନ୍ମଦିନରେ ସେ ବିଜୟୱାଡାରେ ଅନଶନ କରୁଛନ୍ତି। ଏଥିପାଇଁ ଅନଶନ ସ୍ଥଳରେ ସ୍ୱତନ୍ତ୍ର ଭାବେ ମନ୍ତ୍ର ଉଚ୍ଚାରଣ ସହ ପୂଜାପାଠ କରାଯାଇଛି। ଆନ୍ଧ୍ରକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଁ କେନ୍ଦ୍ର ଉପରେ ଚାପ ପକାଇବାକୁ ଚନ୍ଦ୍ରବାବୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅନଶନରେ ବସିବେ। ଆନ୍ଧ୍ରକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ଦାବି ପ୍ରସଙ୍ଗରେ ଏନଡିଏରୁ ଓହରି ଯାଇଥଲା ଟିଡିପି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)