Advertisment

ମାଟ୍ରିକ୍ ପରୀକ୍ଷାରେ ଓଏମ୍ଆର୍ ବ୍ୟବସ୍ଥା ଉଚ୍ଛେଦ ନିଷ୍ପତ୍ତି

ଭୁବନେଶ୍ୱର :  ଆସନ୍ତାବର୍ଷରୁ ଓଏମ୍ଆର୍ ବଦଳରେ ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ଦେବେ ମାଟ୍ରିକ୍ ଛାତ୍ରଛାତ୍ରୀ। ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଏଇ ସୂଚନା ପରେ ଦ୍ୱନ୍ଦ୍ୱ ଓ ଆଶଙ୍କାରରେ ଛାତ୍ରଛାତ୍ରୀ, ଅଭିଭାବକ।କାରଣ ଏହା ଭିତରେ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଲାଣି। ତେଣୁ ହଠାତ୍ ନୂଆ ଢାଞ୍ଚାରେ ଛାତ୍ରଛାତ୍ରୀ କିପରି ନିଜକୁ ପ୍ରସ୍ତୁତ କରିବେ, ନମୁନା ପ୍ରଶ୍ନପତ୍ର ପିଲାଙ୍କ ପାଖକୁ କେବେ ଆସିବ ତାହାହିଁ ବଡ଼ପ୍ରଶ୍ନ। ହେଲେ ସରକାରଙ୍କ ଯୁକ୍ତି, ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର […]

author-image
Otv Khabar Bureau
ମାଟ୍ରିକ୍ ପରୀକ୍ଷାରେ ଓଏମ୍ଆର୍ ବ୍ୟବସ୍ଥା ଉଚ୍ଛେଦ ନିଷ୍ପତ୍ତି

omr

ଭୁବନେଶ୍ୱର :  ଆସନ୍ତାବର୍ଷରୁ ଓଏମ୍ଆର୍ ବଦଳରେ ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ଦେବେ ମାଟ୍ରିକ୍ ଛାତ୍ରଛାତ୍ରୀ। ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଏଇ ସୂଚନା ପରେ ଦ୍ୱନ୍ଦ୍ୱ ଓ ଆଶଙ୍କାରରେ ଛାତ୍ରଛାତ୍ରୀ, ଅଭିଭାବକ।କାରଣ ଏହା ଭିତରେ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଲାଣି। ତେଣୁ ହଠାତ୍ ନୂଆ ଢାଞ୍ଚାରେ ଛାତ୍ରଛାତ୍ରୀ କିପରି ନିଜକୁ ପ୍ରସ୍ତୁତ କରିବେ, ନମୁନା ପ୍ରଶ୍ନପତ୍ର ପିଲାଙ୍କ ପାଖକୁ କେବେ ଆସିବ ତାହାହିଁ ବଡ଼ପ୍ରଶ୍ନ। ହେଲେ ସରକାରଙ୍କ ଯୁକ୍ତି, ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ମାନରେ ବୃଦ୍ଧି ଘଟିବ।

Advertisment

ଚଳିତ ବର୍ଷରୁ ସିବିଏସ୍ଇ ଓଏମ୍ଆର୍ ସିଟ୍ ପରୀକ୍ଷାକୁ ଉଚ୍ଛେଦ କରିଛି। କିନ୍ତୁ ଏଥିପାଇଁ  ସିବିଏସ୍ଇ ୨ ବର୍ଷ ତଳୁ ଅର୍ଥାତ ୨୦୧୬ରୁ ସମସ୍ତ ପ୍ରସ୍ତୁତି କରିଥିଲା। ଆଗୁଆ ଏଇ ନିଷ୍ପତ୍ତି ନେଇ ସମସ୍ତ ଅଂଶୀଦାରଙ୍କୁ ଅବଗତ କରାଇବା ଠାରୁ ନେଇ ପାଠ୍ୟଖସଡା ପ୍ରସ୍ତୁତି, ମୁଦ୍ରଣ, ବଜାର ଉପଲବ୍ଧତା ଓ ନମୁନା ପ୍ରଶ୍ନପତ୍ର ତିଆରି ଭଳି ସବୁ ପ୍ରସ୍ତୁତି ସାରିବା ପରେ ନୂଆ ଢାଞ୍ଚାକୁ ଆପଣାଇଥିଲା।

ହେଲେ ବିନା ଆଗୁଆ ପ୍ରସ୍ତୁତିରେ ମାଧ୍ୟମିକ ଶିକ୍ଷା ପରିଷଦର ଏ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତି ଉପରେ ପ୍ରଭାବ ପକାଇ ପାରେ ବୋଲି ଶିକ୍ଷାବିତ୍‌ଙ୍କ ଆଶଙ୍କା।

Advertisment

ସେହିପରି ସିବିଏସ୍ଇ ଦଶମଶ୍ରେଣୀ ପରୀକ୍ଷାର୍ଥୀମାନେ ମୋଟ୍ ୧୦୦ ନମ୍ବରରୁ ୨୦ ନମ୍ବରର ଇଣ୍ଟରନାଲ୍ ପରୀକ୍ଷା ଦେଉଛନ୍ତି। ମାତ୍ର ମାଧ୍ୟମିକ ଶିକ୍ଷା ପରିଷଦ ଏହାକୁ ଲାଗୁ କରିବ ନା ନାହିଁ ତାହା ବି ସ୍ପଷ୍ଟ କରିନି। ଏଭଳି ସ୍ଥିତିରେ ବୋର୍ଡ ସଭାପତିଙ୍କ ନେତୃତ୍ୱରେ ଗଠିତ ହେବାକୁ ଥିବା କମିଟି ନୂଆ ଢାଞ୍ଚାର ରୂପରେଖ ପ୍ରସ୍ତୁତି ବେଳେ କେଉଁ କେଉଁ ଦିଗକୁ ଧ୍ୟାନ ଦେଉଛି ତା ଉପରେ ନଜର।

Exam Pattern High School Certificate OMR
Advertisment
Advertisment