Advertisment

ଆଜି ଚୈତ୍ର ମଙ୍ଗଳବାର: କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର: ଆଜି ଚୈତ୍ର ମଙ୍ଗଳବାର। କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ମାନସିକଧାରୀ ଘଣ୍ଟ ପାଟୁଆଙ୍କ ନିଷ୍ଠାପୂର୍ଣ୍ଣ ନୃତ୍ୟରେ ଭାବ ବିହ୍ୱଳ ଭକ୍ତ। ପବିତ୍ର ଚୈତ୍ର ମାସରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ  ମାଆ ମଙ୍ଗଳାଙ୍କ ପୀଠରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା। ଉଦୁ ଉଦିଆ ଦ୍ୱିପ୍ରହରରେ କାଳସୀ ବେଶରେ ସଜେଇ ହୋଇ ବେଶ୍ ନିଷ୍ଠାପର ଭାବେ ନୃତ୍ୟ ପରିବେଷଣ କରୁଥାନ୍ତି ଘଣ୍ଟ ପାଟୁଅ। ମାଆଙ୍କର ଚଳନ୍ତି ପ୍ରତିମା ଭାବେ […]

author-image
Otv Khabar Bureau
ଆଜି ଚୈତ୍ର ମଙ୍ଗଳବାର: କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ଭିଡ଼

ghanta patua

ଭୁବନେଶ୍ୱର: ଆଜି ଚୈତ୍ର ମଙ୍ଗଳବାର। କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ମାନସିକଧାରୀ ଘଣ୍ଟ ପାଟୁଆଙ୍କ ନିଷ୍ଠାପୂର୍ଣ୍ଣ ନୃତ୍ୟରେ ଭାବ ବିହ୍ୱଳ ଭକ୍ତ।

Advertisment

ପବିତ୍ର ଚୈତ୍ର ମାସରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ  ମାଆ ମଙ୍ଗଳାଙ୍କ ପୀଠରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା। ଉଦୁ ଉଦିଆ ଦ୍ୱିପ୍ରହରରେ କାଳସୀ ବେଶରେ ସଜେଇ ହୋଇ ବେଶ୍ ନିଷ୍ଠାପର ଭାବେ ନୃତ୍ୟ ପରିବେଷଣ କରୁଥାନ୍ତି ଘଣ୍ଟ ପାଟୁଅ।

ମାଆଙ୍କର ଚଳନ୍ତି ପ୍ରତିମା ଭାବେ ବିବେଚିତ ହେଉଥିବା ଏ ଘଣ୍ଟ ପାଟୁଆଙ୍କୁ ଦେଖିଲେ ମାଆ ମଙ୍ଗଳାଙ୍କ ପ୍ରତି ଆପେ ଆପେ ମନକୁ ଆସିଯାଏ ଭକ୍ତି, ଭାବ ବିହ୍ୱଳ ହୋଇଯାଏ ଭକ୍ତ।

Advertisment

ଘଣ୍ଟ ଓ ଢୋଲର ତାଳେ ତାଳେ ପାଟୁଆଙ୍କ ଏ ନୃତ୍ୟ ଯେତିକି କଷ୍ଟକର ସେତିକି ନିଷ୍ଠା ପୂର୍ଣ୍ଣ।  ଚୈତ୍ର ମାସ ଆସିଗଲେ ଗାଁ ଦାଣ୍ଡରେ ଦେଖିବାକୁ ମିଳୁଥିବା ଏ ଘଣ୍ଟ ପାଟୁଆଙ୍କୁ ମାଆ ମଙ୍ଗଳାଙ୍କ ଚଳତି ପ୍ରତିମା ଭାବେ ବି ବିବଚନା କରାଯାଏ।

ଚୈତ୍ର ମାସର ପ୍ରଥମ ମଙ୍ଗଳବାରଠାରୁ ବୈଶାଖ ମାସର ପ୍ରଥମ ମଙ୍ଗଳବାର ୫ ପାଳି ଧରି କାକଟପୁର ମାଆ ମଙ୍ଗଳାଙ୍କ ପୀଠରେ ଏହି ମାନସିକଧାରୀ ଭକ୍ତଙ୍କୁ ଦେଖିବାକୁ ମିଳିଥାଏ।

କିମ୍ବଦନ୍ତୀ ଅନୁସାରେ ପବିତ୍ର ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ହଟ ବଟ ନାମକ ଦୁଇ ସାଧକଙ୍କ ସାଧନାରେ ସନ୍ତୁଷ୍ଟ ହୋଇ ପ୍ରାଚୀ ନଦୀରୁ ଆବିର୍ଭାବ ହୋଇଥିଲେ ମାଆ ମଙ୍ଗଳା। ସେହି ଦିନଠାରୁ ମାଆଙ୍କ ଆଗରେ ଏହି ଘଣ୍ଟ ପାଟୁଆ ନୃତ୍ୟ ପରମ୍ପରା ଚାଲି ଆସିଛି। ମାଆଙ୍କ ଏହି ଘଟ ପାଖରେ ଭକ୍ତ ଯାହା ମନାସେ ତାହା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।

ପରମ୍ପରା ଅନୁସାରେ ଚୈତ୍ର ମାସର ପ୍ରତ୍ୟକ ମଙ୍ଗଳବାର ପାଳି ଯାତ୍ରାରେ ଝଙ୍କଡ଼ ସାରଳାଙ୍କ ପୀଠରୁ ୬ଜଣ ମାଳି ସଂପ୍ରଦାୟ ଓ ସ୍ଥାନୀୟ ଅଞ୍ଚଳର ୧୦ରୁ ଅଧିକ ଭୋଇ ସଂପ୍ରଦାୟର ପାଟୁକା ଏକାଠି ହୋଇଥାନ୍ତି। ପ୍ରାଚୀ ନଦୀରୁ ମାଆଙ୍କ ଘଟ ସ୍ଥାପନା କରି ଏମାନେ ମନ୍ଦିର ଭିତରେ ଓ ବାହାରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି।

ମୁଣ୍ଡରେ କଳସ ଓ ଗୋଡ଼ରେ କାଠର ରଣପା ଉପରେ ସେମାନଙ୍କ ନୃତ୍ୟ ଯେତିକି କଷ୍ଟକର ସେତିକି ଭକ୍ତିପୂର୍ଣ୍ଣ ମଧ୍ୟ। ଏହିଠାରୁ ଘଣ୍ଟ ପାଟୁକା ମାନେ ଗାଁ ଗାଁ ବୁଲି ମାଆ ମଙ୍ଗଳାଙ୍କ ମହିମା ପ୍ରଚାର କରିଥାନ୍ତି। ଏଥିପାଇଁ ତାଙ୍କୁ ବେଶ୍ ନିଷ୍ଠାରେ ରହିବାକୁ ପଡିଥାଏ ଯାହାକୁ ଦେଖି ଭକ୍ତ ବି ଭାବ ବିହ୍ୱଳିତ ହୋଇପଡନ୍ତି।

Ghanta Patua Kakatapur Mangala Maa Kakatpur Mangala
Advertisment
Advertisment