Advertisment

କାଲି ପରୀକ୍ଷା ଦେବେ ୟେଦ୍ୟୁରପ୍ପା

ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭାରେ ହେବ ଆସ୍ଥା ଭୋଟ୍। ଅପରାହ୍ନ ୪ଟାରେ ୟେଦ୍ୟୁରପ୍ପାଙ୍କ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରାଇବାକୁ ପଡ଼ିବ। ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୟେଦ୍ୟୁରପ୍ପାଙ୍କ ସରକାର ଗଠନକୁ ଚ୍ୟାଲେଞ୍ଜ କରି କଂଗ୍ରେସ  ଏବଂ ଜେଡିଏସ୍ ମାମଲା ଦାଏର କରିଥିଲା । ଯାହାକୁ ଶୁଣାଣି କରିଛନ୍ତି ସବୋର୍ଚ୍ଚ ଅଦାଲତ। ଏହାଛଡ଼ା ଆସନ୍ତାକାଲି ଯାଏ କୌଣସି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲଗାଇ ପାରିବେନି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା। କେବଳ […]

author-image
Otv Khabar Bureau
କାଲି ପରୀକ୍ଷା ଦେବେ ୟେଦ୍ୟୁରପ୍ପା

Karnataka

ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭାରେ ହେବ ଆସ୍ଥା ଭୋଟ୍। ଅପରାହ୍ନ ୪ଟାରେ ୟେଦ୍ୟୁରପ୍ପାଙ୍କ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରାଇବାକୁ ପଡ଼ିବ। ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ୟେଦ୍ୟୁରପ୍ପାଙ୍କ ସରକାର ଗଠନକୁ ଚ୍ୟାଲେଞ୍ଜ କରି କଂଗ୍ରେସ  ଏବଂ ଜେଡିଏସ୍ ମାମଲା ଦାଏର କରିଥିଲା । ଯାହାକୁ ଶୁଣାଣି କରିଛନ୍ତି ସବୋର୍ଚ୍ଚ ଅଦାଲତ।

ଏହାଛଡ଼ା ଆସନ୍ତାକାଲି ଯାଏ କୌଣସି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲଗାଇ ପାରିବେନି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା। କେବଳ ଏତିକି ନୁହେଁ, ଆସ୍ଥା ଭୋଟ୍ ପୂର୍ବରୁ କୌଣସି ଆଙ୍ଗ୍ଲୋ ଇଣ୍ଡିଆନ୍ ସଭ୍ୟକୁ ବିଧାୟକ ଭାବେ ମନୋନୀତ କରାଯାଇ ପାରିବନି। ଜଷ୍ଟିସ୍ ଏ କେ ସିକ୍ରି, ଜଷ୍ଟିସ ଏସ୍‌ ଏ ବବ୍‌ଦେ ଓ ଜଷ୍ଟିସ ଅଶୋକ ଭୂଷଣଙ୍କ ଦ୍ୱାରା ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ସୁପ୍ରିମକୋର୍ଟର ରୁମ ନମ୍ବର-୬ରେ ଏହି ଶୁଣାଣି ଚାଲିଥିଲା।

Advertisment

କଂଗ୍ରେସ ପକ୍ଷରୁ କପିଲ ସିବଲ ଓ ଅଭିଷେକ ମନୁ ସିଂଘଭି ପକ୍ଷ ରଖିଥିବା ବେଳେ ବିଜେପି ପକ୍ଷରୁ ପକ୍ଷ ରଖିଥିଲେ ମୁକୁଲ ରୋହତଗି। ଆଟର୍ଣ୍ଣି ଜେନେରାଲ୍ ବେଣୁଗୋପାଳ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ।  ଆସ୍ଥା ଭୋଟ୍ ପାଇଁ ଆସନ୍ତା ସୋମବାର ଯାଏ ସମୟ ମାଗିଥିଲେ ରୋହତଗି। ତେବେ ଏହାକୁ ଖାରଜ କରିଥିଲେ ସୁପ୍ରିମ୍‌କୋର୍ଟ। କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ଉପସ୍ଥାପନ କରିଥିଲେ। ବିଧାୟକଙ୍କ ସୁରକ୍ଷା ଏବଂ ଆସ୍ଥା ଭୋଟ୍‌ର ସମସ୍ତ ଘଟଣାକୁ ଭିଡିଓଗ୍ରାଫି କରିବାକୁ ନିବେଦନ ହୋଇଛି।

ସେପଟେ ବିଜେପି ରାଡାର୍ରୁ ଦୂରରେ ରହିବା ପାଇଁ କଂଗ୍ରେସ ଖେଳିଛି ଗେମ୍ ପ୍ଲାନ୍। ଗତକାଲି ରାତା ରାତି ବେଙ୍ଗାଲୁରୁରୁ କଂଗ୍ରେସ ଏବଂ ଜେଡିଏସ୍‌ର ବିଧାୟକଙ୍କୁ ହାଇଦ୍ରାବାଦ ଅଣାଯାଇଛି। ରାତିରେ ଗୋଟିଏ ହୋଟେଲରୁ ଆଉ ଏକ ହୋଟେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ବେଙ୍ଗାଲୁରୁରୁ ବସ୍ ଯୋଗେ ସେମାନଙ୍କୁ ପ୍ରଥମେ ହାଇଦ୍ରାବାଦର ଏକ ପଞ୍ଚ ତାରକା ହୋଟେଲ୍ ନିଆଯାଇଥିଲା। ପରେ ସେମାନଙ୍କୁ ଆଉ ଏକ ହୋଟେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଏ ସମସ୍ତ ବିଧାୟକଙ୍କୁ ଚାଟର୍ଡ ଫ୍ଲାଇଟ୍‌ରେ ନେବାକୁ ସ୍ଥିର ହୋଇଥିଲା। ତେବେ ଏହି ପ୍ଲାଇଟ୍‌ ରଦ୍ଦ ହେବାରୁ ବସ୍ ଯୋଗେ ସେମାନଙ୍କୁ ହାଇଦ୍ରାବାଦ ନିଆଯାଇଛି।

Karnataka Yeddyurappa
Advertisment
Advertisment