Advertisment

ଜେଟି ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ବ୍ରହ୍ମଗିରି: ଜେଟି ନିର୍ମାଣକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଗୁଳି ଓ ବୋମାମାଡ଼।  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବାଘମୁଣ୍ଡା ନୂଆଗାଁ ଓ ସିପାକୁଦା ଗାଁ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ସୂଚନା ଅନୁସାରେ, କିଆନାସିର ସରକାରୀ ଜମିକୁ ନେଇ ସୃଷ୍ଟି ହୋଇଛି ଏହି ଗଣ୍ଡଗୋଳ। କିଆନାସିରେ ନିର୍ମିତ ଜେଟିକୁ ବିରୋଧ କରୁଛନ୍ତି ସିପାକୁଦା ଗାଁ ଲୋକେ। ଉଭୟ ପକ୍ଷରୁ ୧୦୦ରୁ ଅଧିକ ବୋମାମାଡ଼ ହୋଇଥିବାର ସୂଚନା ମିଳିଛି। ଏହି ଘଟଣାରେ ପ୍ରାୟ ୩୦ ଜଣ […]

author-image
Otv Khabar Bureau
ଜେଟି ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

bombing

ବ୍ରହ୍ମଗିରି: ଜେଟି ନିର୍ମାଣକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଗୁଳି ଓ ବୋମାମାଡ଼।  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବାଘମୁଣ୍ଡା ନୂଆଗାଁ ଓ ସିପାକୁଦା ଗାଁ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି।

Advertisment

ସୂଚନା ଅନୁସାରେ, କିଆନାସିର ସରକାରୀ ଜମିକୁ ନେଇ ସୃଷ୍ଟି ହୋଇଛି ଏହି ଗଣ୍ଡଗୋଳ। କିଆନାସିରେ ନିର୍ମିତ ଜେଟିକୁ ବିରୋଧ କରୁଛନ୍ତି ସିପାକୁଦା ଗାଁ ଲୋକେ।

ଉଭୟ ପକ୍ଷରୁ ୧୦୦ରୁ ଅଧିକ ବୋମାମାଡ଼ ହୋଇଥିବାର ସୂଚନା ମିଳିଛି। ଏହି ଘଟଣାରେ ପ୍ରାୟ ୩୦ ଜଣ ଆହତ ହେବା ସହ ୬ ଜଣ ଅବସ୍ଥା ଗୁରୁତର।

Advertisment

ବାଘମୁଣ୍ଡାର ୨୦ ଡଙ୍ଗାକୁ ସିପାକୁଦା ଲୋକେ ପୋଡ଼ିଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ, ଉଭୟପଟରୁ ବୋମାମାଡ଼ ଚାଲିଥିବାରୁ ଗାଁକୁ ପଶି ପାରୁନି ପୋଲିସ।

Puri Group Clash
Advertisment
Advertisment